ETV Bharat / city

ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ, ମୁଣ୍ଡରେ କଳସ ଧରି ସାମିଲ ହେଲେ ଜିଲ୍ଲାପାଳ

author img

By

Published : May 17, 2022, 11:30 AM IST

Updated : May 17, 2022, 1:36 PM IST

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଚାଲୁରହିଛି । ବିଧି ଅନୁସାରେ ପ୍ରତ୍ୟେକ ଦିନ ମାଆଙ୍କ ଏହି ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ

ମୁଣ୍ଡରେ କଳସୀ ଧରି ଉତ୍ସବରେ ସାମିଲ ହେଲେ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଚାଲୁରହିଛି । ବିଧି ଅନୁସାରେ ପ୍ରତ୍ୟେକ ଦିନ ମାଆଙ୍କ ଏହି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ମୁଣ୍ଡରେ କଳସ ଧରି ମାଆ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ମୁଣ୍ଡରେ କଳସ ଧରି ସାମିଲ ହେଲେ ଜିଲ୍ଲାପାଳ

ମାଆ ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ନିଜ ମୁଣ୍ଡରେ କଳସ ଧରି ମାଆ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମନ୍ଦିରର ପରିଚାଳନା କମିଟିର ଅଧ୍ୟକ୍ଷ ରହିଥିବା ବେଳେ ମାଆଙ୍କ ମନ୍ଦିରର ପାର୍ଶ୍ବରେ ରହିଥିବା ରଷିକୁଲ୍ୟା ନଦୀରୁ ଅନ୍ୟ ଭକ୍ତଙ୍କ ସହ ନିଜେ ଜିଲ୍ଲାପାଳ କଳସ ଧରି ଜଳଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏପିରିକି ନିଜ ମୁଣ୍ଡରେ କଳସ ଧରି ମନ୍ଦିରର ପର୍ବତ ଶିଖରରେ ପହଞ୍ଚିବା ପାଇଁ ଖାଲିପାଦରେ ୯୯୯ ପାହାଛ ଅତିକ୍ରମ କରି ମାଆଙ୍କ ପୀଠରେ ପହଞ୍ଚିବା ଦେଖିବାକୁ ମିଳିଥିଲା ।

ଏହା ପରେ ମନ୍ଦିରରେ ଆନୁଷ୍ଠାନିକ ଭାବରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପାରମ୍ପାରିକ ରୀତୀନୀତିରେ ଆୟୋଜିତ ହୋଇଥିଲା ମାଆଙ୍କ ମନ୍ଦିର ପ୍ରତିଷ୍ଠାର ଯାଜ୍ଞରଣ ସହ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପ୍ରର୍ଯ୍ୟନ୍ତ ଆୟୋଜିତ ହେବାକୁ ରହିଥିବା ବେଳେ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି । ୧୮ ତାରିଖରେ ଦଶମହାବିଦ୍ୟା, ଯଜ୍ଞ ଓ ପୁରସ୍କୃତ, ତ୍ରୀଶୂଳ, ଧ୍ବଜ, ମହାଧୀଜଙ୍କ ପାଇଁ ଦେବତାଙ୍କ ମହାସ୍ନାନ ପ୍ରକ୍ରିୟା କରାଯାଇ ୨୦ ତାରିଖରେ ପାର୍ଶ୍ବ ଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନସିଂହାସନ ବିଜେ କରାଯାଇ ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି କରାଯିବାକୁ ସ୍ଥିର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 17, 2022, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.