ETV Bharat / city

ବିଜେପିରୁ ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ - ଗଞ୍ଜାମ ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ

ବିଜେପିରୁ ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ । ଦଳରୁ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କହିଲେ । ଅଧିକ ପଢନ୍ତୁ

ବିଜେପିରୁ ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ

author img

By

Published : Jul 9, 2022, 11:00 PM IST

ବ୍ରହ୍ମପୁର: ବିଜେପିରୁ ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଉପସଭାପତି ନିରଞ୍ଜନ ପାଣିଗ୍ରାହୀ । ସେ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ଓ ଜିଲ୍ଲା ବିଜେପି ସଭାପତିଙ୍କୁ ପ୍ରଦାନ କରିଛନ୍ତି । କଂଗ୍ରେସ ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସିବା ପରେ ବିଭିନ୍ନ କାରଣ ଯୋଗୁଁ ନିରଞ୍ଜନ ୨୦୧୯ ମସିହାରେ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପରେ ବ୍ରହ୍ମପୁର ସହରର ଜଣେ ବରିଷ୍ଠ ଆଇନଜୀବୀ ଭାବରେ ପରିଚିତ ନିରଞ୍ଜନଙ୍କୁ ଗଞ୍ଜାମ ଜିଲ୍ଲାର ଉପସଭାପତି ଭାବରେ ଦାୟିତ୍ବ ପ୍ରଦାନ କରାଯାଇଥିଲା ।

ବିଜେପିରୁ ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ

ହେଲେ ଗତ ପୌର ନିର୍ବାଚନ ସମୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ନିରଞ୍ଜନ ବ୍ରହ୍ମପୁର ସହରର କେତେକ ପ୍ରମୁଖ ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ଦିଆଯିବା ପାଇଁ ମତ ଦେଇଥିଲେ । କିନ୍ତୁ ତାହାକୁ ଗୁରୁତ୍ବ ଦିଆଯାଇନଥିଲା । ଏପରିକି ଗଞ୍ଜାମ ଜିଲ୍ଲା ଠାରୁ ଆରମ୍ଭ କରି ବ୍ରହ୍ମପୁର ସହରରେ ବିରୋଧୀ ଦଳ ଭାବରେ ବିଜେପି ପକ୍ଷରୁ ଯେପରି ଭୂମିକା ଯେପରି ନିର୍ବାହ କରାଯିବା କଥା ତାହା କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଭୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଇଟିଭି ଭାରତ, ଗଞ୍ଜାମ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.