ETV Bharat / city

କୋଭିଡ କଟକଣାରେ ଗଣେଶ ପୂଜା, ଛୋଟ ମୂର୍ତ୍ତି ପ୍ରତି ବଢୁଛି ଆଗ୍ରହ

author img

By

Published : Sep 7, 2021, 8:55 PM IST

ଆଉ ଦୁଇ ଦିନ ପରେ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପାଳିତ ହେବାକୁ ଯାଉଛି ପ୍ରଭୁ ବିଘ୍ନଂରାଜ ଗଜାନନଙ୍କ ପୂଜା। ବଡ ମୂର୍ତ୍ତି ପରିବର୍ତ୍ତେ ଛୋଟ ମୂର୍ତ୍ତି ପ୍ରତି ବଢୁଛି ଆଦର । ବଜାରରେ ମିଳୁଛି ଭଳିକି ଭଳି ଛୋଟ ଗଣେଶ ମୂର୍ତ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଗଣେଶ ପୂଜା, ଛୋଟ ମୁର୍ତ୍ତି ପ୍ରତି ବଢୁଛି ଆଗ୍ରହ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ଆୟୋଜିତ ହେବାକୁ ଯାଉଛି ପ୍ରଭୁ ବିଘ୍ନଂରାଜ ଗଜାନନଙ୍କ ପୂଜା । ଏହାକୁ ନେଇ ଉଭୟ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କାମରେ ଲାଗିଛନ୍ତି ମୂର୍ତ୍ତି କାରିଗର । ସେପଟେ କୋଭିଡ କଟକଣାକୁ ନେଇ ମୂର୍ତ୍ତି କାରିଗରମାନେ ଚଳିତବର୍ଷ ସେତେଟା ବଡ ମୂର୍ତ୍ତି କରି ନ ଥିବାବେଳେ ଉଭୟ ମାଟି ଓ ପ୍ଳାଷ୍ଟର ଅଫ୍ ପ୍ୟାରିସରେ ନର୍ମିତ ଛୋଟ ମୂର୍ତ୍ତି ବଜାରରେ ଦେଖିବାକୁ ମିଳୁଛି । ଏହି ଛୋଟ ମୂର୍ତ୍ତି ପ୍ରତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଆଗ୍ରହ ମଧ୍ୟ ରହିଥିବା କହିଛନ୍ତି କାରିଗର ।

ବ୍ରହ୍ମପୁର ସହରରେ ପ୍ରତ୍ୟେକ ବର୍ଷ ବେଶ ଧୁମଧାମରେ ଆୟୋଜିତ ହୋଇଥାଏ ପ୍ରଭୁ ବିଘ୍ନରାଜ ଗଜାନନଙ୍କ ପୂଜାର୍ଚ୍ଚନା । ହେଲେ କୋଭିଡ କଟକଣା ଯୋଗୁଁ ଗତ ବର୍ଷରୁ ଚଳିତବର୍ଷ ଏକପ୍ରକାର ଫିକା ପଡିଛି ପୂଜା । ଗଣେଷ ପୂଜା ଚଳିତବର୍ଷ କଟକଣା ମଧ୍ୟରେ ଆୟୋଜିତ କରିବାକୁ ଅନୁମତି ରହିଥିବାରୁ ବଜାରରେ ଏଥର ବଡ ମୂର୍ତ୍ତି ଦେଖିବାକୁ ମିଳୁନାହିଁ ।

ବଡ ମୂର୍ତ୍ତି ଗୁଡିକର ନିର୍ମାଣ ଓ ବିକ୍ରି ଉପରେ କଟକଣା ରହିଥିବାରୁ ରେଶମ ସହରରେ ଉଭୟ ମାଟି ଓ ପ୍ଳାଷ୍ଟର ଅଫ ପ୍ୟାରିସର ଭଳିକି ଭଳି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଛୋଟ ମୂର୍ତ୍ତି ଗୁଡ଼ିକର ବିକ୍ରି ହେଉଥିବା ଦେଖାଯାଇଛି। ସେପଟେ କୋଭିଡ କଟକଣା ଯୋଗୁଁ ପୂର୍ବରୁ ତିଆରି ହେଉଥିବା ବଡ ମୂର୍ତ୍ତି ନିର୍ମାଣ ହୋଇପାରୁ ନ ଥିବା ଯୋଗୁଁ ଦିଲ୍ଲୀ ଓ କଲିକତା ଭଳି ସହରରୁ ଆସିଥିବା ଛୋଟ ଛୋଟ ମୂର୍ତ୍ତି ଗୁଡିକର ଚାହିଦା ମଧ୍ୟ ଢେର ଅଧିକ ରହିଛି । ଚଳିତବର୍ଷ ଛୋଟ ମୂର୍ତ୍ତିର ଚାହିଦା ଥିବା ସାଙ୍ଗକୁ ଦର ମଧ୍ୟ ବେଶ ବୃଦ୍ଧି ପାଇଥିବା କହିଛନ୍ତି ମୂର୍ତ୍ତି କିଣୁଥିବା କମିଟିର କର୍ମକର୍ତ୍ତା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.