ETV Bharat / city

ସେବା ସପ୍ତାହରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କଲା ବ୍ରହ୍ମପୁର ବିଜେପି - berhampur latest news

ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ସପ୍ତାହ ବ୍ୟାପି ସେବା ଦିବସ ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ସେବା ସପ୍ତାହରେ ବିଜେପି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

author img

By

Published : Sep 20, 2020, 9:22 PM IST

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ସପ୍ତାହ ବ୍ୟାପି ସେବା ଦିବସ ଜାରି ରହିଛି । ଏହି ଅବସରରେ ବ୍ରହ୍ମପୁର ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ତତ୍ତ୍ବାବଧାନରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ସେବା ସପ୍ତାହରେ ବିଜେପି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବ୍ରହ୍ମପୁର ସହରର ଗାନ୍ଧୀ ନଗର ସ୍ଥିତ ୫ ଲାଇନ୍ ପାଣି ଟାଙ୍କି ନିକଟରେ ଆୟୋଜିତ ମାଗଣା ଚିକିତ୍ସା ଶିବିରରେ ବହୁ ଜନସାଧାରଣ ଓ ସ୍ଥାନୀୟ ଅଞ୍ଚଳବାସୀ ଯୋଗ ଦେଇ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିସହ ବିଜେପି ପକ୍ଷରୁ ମାଗଣା ଓଷଧ ବଣ୍ଟନ କରାଯାଇଥିଲା । ଏଥିରେ ଡାକ୍ତର ସୁବାଷ ସାହୁ,ଡ.ପ୍ରସନ୍ନ କର,ଡ.ଅମୂଲ୍ୟ ଚୌଧୂରୀ ଯୋଗ ଦେଇ ଜନସାଧାରଣଙ୍କୁ ଚିକିତ୍ସା କରିଥିବା ବେଳେ ଫାର୍ମାସିଷ୍ଟ ରାଜୀବ ମିଶ୍ର , ଆଲୋକ ଶତପଥି , ଶିବ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ପୂର୍ବରୁ ଗାନ୍ଧୀ ନଗର ମଣ୍ଡଳ ତରଫରୁ ସଭାପତି ସତ୍ୟ ନାରାୟଣ ବସନ୍ତିଆ,ପ୍ରଦୀପ କୁମାର ଶତପଥିଙ୍କ ନେତୃତ୍ବରେ ଉତ୍କଳ ଆଶ୍ରମ ରୋଡ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଗୋଷାଣୀନୂଆ ଗାଁ ମଣ୍ଡଳ ତରଫରୁ ସଭାପତି ଡ.ନମିତା ରାଣୀ ପଣ୍ଡାଙ୍କ ନେତୃତ୍ବରେ ରୟାଲ ଫାର୍ମାସି କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସପ୍ତାହେ ବ୍ୟାପି ଗଞ୍ଜାମ ତଥା ବ୍ରହ୍ମପୁର ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.