ବ୍ରହ୍ମପୁର: ଏମକେସିଜି ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ହସ୍ପିଟାଲରେ କାଡିଓଲୋଜି ବିଭାଗରେ ବିଭାଗରେ ନିଆଁ ଲାଗିଥିବାବେଳେ ନିଆଁକୁ ଆୟତ କରାଯାଇଥିବା ମଧ୍ୟ ସୂଚନା ରହିଛି । ନିଆଁ ଲାଗିବା ଖବର ମିଳିବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଫଳରେ କେହି ରୋଗୀ କିମ୍ବା କର୍ମଚାରୀଙ୍କ ମୃତାହତ ହୋଇନଥିବା ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ ମେଡିକାଲର କାଡିଆଥୋରାସିକ୍ ବିଭାଗରେ କୌଣସି ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିଲା । ମେଡିକାଲ ପକ୍ଷରୁ ସ୍ଥାନୀୟ ଏମ୍.କେ.ସି.ଜି ପରିସରରେ ରହିଥିବା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଯାହାକି ତତକ୍ଷଣାତ୍ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ସେଭଳି କୌଣସି ବଡ ଧରଣର କ୍ଷୟକ୍ଷତି ଏଡାଯାଇ ପାରିଛି । ଓ୍ବାର୍ଡରେ ଚିକିତ୍ସାଧିନ ଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ସହ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ