ବ୍ରହ୍ମପୁର: ତେଜୁଛି ଚାଷୀ ଆନ୍ଦୋଳନ । ହରିୟାଣାର ଚାଷୀ ଆନ୍ଦୋଳନକୁ ଦମନ କରିବା ପାଇଁ ବର୍ବରତାର ସହ ଲାଠି ପ୍ରହାର, ସୁଜିଲ କାଜଲ ନାମକ ଜଣେ ଚାଷୀଙ୍କୁ ହତ୍ୟା ପ୍ରତିବାଦରେ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଣସଂଗଠନଙ୍କ ମିଳିତ ଫ୍ରଣ୍ଟ ଜନ ଅଧିକାର ଆନ୍ଦୋଳନ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଗଣ ପ୍ରତିବାଦ କରାଯାଇଛି l ଆଇଏଏସ ଅଫିସର ଆୟୁଷ ସିହ୍ନା ସାଇମନ କମିଶନ ଭଳି ଜାଲିଆନାବାଲାବାଗରେ ଘଟିଥିବା ନରସଂହାରକୁ ପୁନରାବୃତ୍ତି କରି ଚାଷୀଙ୍କ ଆକ୍ରମଣ କରିଛି l ଯାହା ଫଳରେ ଶହ ଶହ ଚାଷୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାସହ ପୋଲିସର ଲାଠି ମାଡରେ ଜଣେ ଚାଷୀ ମୃତ୍ୟୁ ଘଟିଛି ।
ଏହି ଅବସରରେ ଦେଶ ବିରୋଧୀ ଓ ଜନ ବିରୋଧୀ କୃଷକ ବିରୋଧୀ 3ଟି କଳା କୃଷି ଆଇନ ବାତିଲ କରିବା, ଉପ ଜିଲ୍ଲାପାଳ ଆୟୁଷ ସିହ୍ନା ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜୁ କରି ଗିରଫ କରିବା , ଦୀର୍ଘ ନଅ ମାସ ହେଲା ଦିଲ୍ଲୀର ସିଙ୍ଘୁ,ଗଜିଆବାଦ,ଟିକିର ବୋଡ଼ରେ କଳା କୃଷି ଆଇନ ପ୍ରତ୍ୟାହାର ବିରୁଦ୍ଧରେ ହଜାର ହଜାର ଚାଷୀ ସଂଘର୍ଷ କରି ମୃତ୍ୟୁ ଘଟିଥିବା ଚାଷୀଙ୍କୁ ସହୀଦ ମନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଛି ।
ଏହାସହ ପୋଲିସ ଲାଠି ମାଡ଼ରେ ପ୍ରାଣ ହରାଇଥିବା ଚାଷୀ ସୁଜିଲ କାଜଲଙ୍କ ପରିବାରଙ୍କୁ ଅବିଳମ୍ବେ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବାକୁ ଦାବି କରାଯାଇଥିଲା । ଏହି ପ୍ରତିବାଦରେ ଜିଲ୍ଲାର ମାନବ ଅଧିକାର ସୁରକ୍ଷା ମଞ୍ଚ, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା, ଆମ ଆଦମୀ ପାର୍ଟି, ଜନ ଜାଗରଣ ଅଭିଯାନ,ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଆଦି ବିଭିନ୍ନ ଗଣସଂଗଠନ ଯୋଗ ଦେଇଥିଲେ l
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ