ETV Bharat / city

ମଣ୍ଡି ପରେ ଧାନଗାଡି ଭଡା ଚିନ୍ତା; କୋଟି କୋଟିର ଦୁର୍ନୀତି ବାସ୍ନା

author img

By

Published : Jan 7, 2020, 8:57 PM IST

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଧାନ ଗାଡିଭଡାର କୋଟି କୋଟି ଟଙ୍କା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି। ଏହି ଦାବି ନେଇ ସୂର୍ଯ୍ୟସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଅଧିକ ଖବର ପଢନ୍ତୁ...

ମଣ୍ଡି ପରେ ଧାନ ଗାଡି ଭଡା ଚିନ୍ତା; କୋଟି କୋଟିର ଦୁର୍ନୀତି ବାସ୍ନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଧାନ ଗାଡିଭଡାର କୋଟି କୋଟି ଟଙ୍କା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି। ଏହି ଦାବି ନେଇ ସୂର୍ଯ୍ୟସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ଚାଷୀଙ୍କୁ ମଣ୍ଡିରୁ ମିଲକୁ ଧାନ ନେବା ପାଇଁ ଗାଡି ଭଡା ଦେଉନଥିବା ଅଭିଯୋଗ ହୋଇଛି ।

ମାତ୍ର ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଘଟଣାକୁ ଗୁରୁତ୍ବ ଦେଉନଥିବାରୁ ଶେଷରେ ଏପରି ପ୍ରତିବାଦ କରାଯାଇଛି। ଏହାକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ନିରୀକ୍ଷକ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, କୃଷି ବିଭାଗଙ୍କୁ ଅବଗତ କରାଯାଇଛି।

ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଗତ ତିନିବର୍ଷ ଧରି ଚାଷୀଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯାଇ ନଥିବାରୁ ତୁରନ୍ତ ଏଥିପ୍ରତି ତଦନ୍ତ କରିବା ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ସେନାର ରାଜ୍ୟ ସଭାପତି ବଳରାମ ବାବା , ଚନ୍ଦନ ମହାରଣାଙ୍କ ସମେତ କୁକୁଡାଖଣ୍ଡି ବ୍ଲକର ବହୁ ଚାଷୀ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଧାନଗାଡି ଭଡାର କୋଟି କୋଟି ଟଙ୍କା ଦୁର୍ନତୀର ଉଚ୍ଚସ୍ତରୀୟ ତଦନ୍ତ ଦାବୀରେ ସୂର୍ଯ୍ୟସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ଚାଷୀଙ୍କୁ ମଣ୍ଡିରୁ ମିଲକୁ ଧାନ ନେବା ପାଇଁ ଗାଡି ଭଡା ଦିଆଯାଉନଥିବା ବେଳେ ଏଥିପ୍ରତି ବାରମ୍ୱାର ଅଭିଯୋଗ କଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଘଟଣାକୁ ଗୁରୁତ୍ୱ ଦେଉନଥିବା ନେଇ ଶେଷରେ ଏପରି ପ୍ରତିବାଦ କରିବା ସହ ଏହାକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ , ଜିଲ୍ଲା ଯୋଗାଣ ନୀରିକ୍ଷକ , ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ,କୃଷି ବିଭାଗ ଙ୍କୁ ଅବଗତ କରାଯାଇଛି । ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଗତ ତିନି ବର୍ଷ ଧରି ଚାଷୀ ଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯାଇନଥିବାରୁ ତୁରନ୍ତ ଏଥିପ୍ରତି ତଦନ୍ତ କରିବାକୁ ଏହି ଅବସରରେ ଦାବୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ସେନାର ରାଜ୍ୟ ସଭାପତି ବଳରାମ ବାବା , ଚନ୍ଦନ ମହାରଣା ଙ୍କ ସମେତ କୁକୁଡାଖଣ୍ଡି ବ୍ଲକର ବହୁ ଚାଷୀ ଯୋଗ ଦେଇଥିଲେ ।
Body:ବାଇଟ୍- ସନାତନ ଚୌଧୁରୀ(ଆନ୍ଦୋଳନରତ ଚାଷୀ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ଭିଜୁଆଲ ମୋଜୋରେ ଯାଇଛି ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.