ETV Bharat / city

ଅହମ୍ମଦାବାଦରେ ନିଖୋଜ, ବ୍ରହ୍ମପୁରରୁ ଉଦ୍ଧାର - ଅହମ୍ମଦାବାଦ ନିଖୋଜ ମହିଳା

ଦୀର୍ଘ ଚାରି ବର୍ଷ ତଳେ କେଉଁଆଡେ ହଜି ଯାଇଥିବା ମହିଳାଙ୍କ ସୁରାକ ପାଇଛନ୍ତି ପରିବାର ଲୋକେ । ସେଥିପାଇଁ ସୁଦୂର ଅହମ୍ମଦାବାଦରୁ ଧାଇଁ ଆସିଛନ୍ତି ତାଙ୍କୁ ଫେରାଇ ନେବାକୁ । ସେପଟେ ମାଆକୁ ପାଖରେ ପାଇ ପୁଅ ଆଖିରୁ ଝରି ପଡିଛି ଧାର ଧାର ଅଶ୍ରୁ । ଅଧିକ ପଢନ୍ତୁ...

ଅହମ୍ମଦାବାଦରୁ ନିଖୋଜ, ବ୍ରହ୍ମପୁରରୁ ଉଦ୍ଧାର
ଅହମ୍ମଦାବାଦରୁ ନିଖୋଜ, ବ୍ରହ୍ମପୁରରୁ ଉଦ୍ଧାର
author img

By

Published : Mar 30, 2021, 10:57 PM IST

ବ୍ରହ୍ମପୁର: ଦୀର୍ଘ ଚାରି ବର୍ଷ ତଳେ କେଉଁଆଡେ ହଜି ଯାଇଥିବା ମହିଳାଙ୍କୁ ଖୋଜି ପାଇଛନ୍ତି ପରିବାର ବର୍ଗ । ନିଜ ମାଆକୁ ପୁଣି ପାଖରେ ପାଇ ପୁଅର ଆଖିରୁ ଝରି ପଡୁଛି ଧାର ଧାର ଲୁହ । ସେପଟେ ନିଜ ଧର୍ମପତ୍ନୀଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିବା ସ୍ବାମୀ ପୁଣି ଥରେ ନିଜ ପତ୍ନୀଙ୍କୁ ଦେଖିବା ପରେ ନିଜ ଆଖିକୁ ବିଶ୍ବାସ କରିପାରୁନାହାନ୍ତି ଏବଂ ତାଙ୍କୁ ଛାତିରେ ଜାବୁଡି ଧରୁଛନ୍ତି । ବ୍ରହ୍ମପୁରର ବୈକୁଣ୍ଠନଗରସ୍ଥିତ ମିଶନ ଅପ୍ ଚାରିଟି ନର୍ମଦା ଶିଶୁଭବନରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଗୁଜୁରାଟ ଅହମ୍ମଦାବାଦର ଜଣେ ମାନସିକ ବିକୃତ ମହିଳା ବ୍ରହ୍ମପୁର ଚାଲି ଆସିଥିବାବେଳେ ଦୀର୍ଘ ଦିନ ପରେ ତାଙ୍କ ଖବର ପାଇ ମହିଳାଙ୍କୁ ନେବାକୁ ଓଡିଶାରେ ପହଞ୍ଚିଛନ୍ତି ପୁରା ପରିବାର ।

ଦୀର୍ଘ ଚାରି ବର୍ଷ ନୂଆ ଜୀବନ ପାଇଲେ ମନୀଷା

ସୂଚନାଯୋଗ୍ୟ, ଅହମ୍ମଦାବାଦ ସହରର ବିବେକାନନ୍ଦ ନଗରରେ ଅଟୋ ଚାଳକ ଦେବୀଦାସ ଭାଉସାରଙ୍କ ଘର । ଦୁଇ ପୁଅ ଓ ପତ୍ନୀ ମନୀଷାଙ୍କୁ ନେଇ ତାଙ୍କର ଥିଲା ହସଖୁସିର ସଂସାର । ହେଲେ ମାନସିକ ରୋଗରେ ଶିକାର ତାଙ୍କ ପତ୍ନୀ ହଠାତ୍ ଦିନେ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ସହରର ଗଳିକନ୍ଦି, ଥାନାଠୁ ଆରମ୍ଭ କରି ରେଳଷ୍ଟେସନ ସବୁଠି ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ । ଅନ୍ୟପଟେ ମହିଳା ଜଣକ ଟ୍ରେନ ଯୋଗେ ବ୍ରହ୍ମପୁର ସହରରେ ପହଞ୍ଚଥିଲେ । ସେ ମାନସିକ ବିକାରଗ୍ରସ୍ତ କାରଣରୁ କିଛି ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସହରର ଥିବା ନର୍ମଦା ଶିଶୁଭବନରେ ଛାଡିଥିଲେ । ସେଠାରେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମହିଳାଙ୍କୁ ଔଷଧ ଦିଆଯିବା ସହ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିଲା । ସେବେଠୁ ହିଁ ସମ୍ପୃକ୍ତ ମହିଳା ସେହି ଶିଶୁଭବନରେ ରହିଆସୁଥିଲେ ।

କୋଭିଡ ଆରମ୍ଭ ହେବା ସମୟରେ ଏହି ନର୍ମଦା ଶିଶୁ ଭବନକୁ 'ପରିଚୟ' ସ୍ବେଚ୍ଛାସେବୀ ଅନୁଷ୍ଠାନର ସମାଜସେବୀ ଦେବାଶିଷ ମହାନ୍ତି ଆସିଥିଲେ । ଏହି ସମୟରେ ତାଙ୍କର ସମ୍ପୃକ୍ତ ମହିଳାଙ୍କ ସହ ଦେଖା ହୋଇଥିଲା ଏବଂ ସେ ତାଙ୍କ ଠାରୁ ତାଙ୍କର ପରିଚୟ ଓ ଘର ଠିକଣା ପଚାରି ବୁଝିଥିଲେ । ମହିଳା ଜଣକ ଅହମ୍ମଦାବାଦ ଅଞ୍ଚଳର ହୋଇଥିବା ଜାଣିବା ପରେ ଦେବାଶିଷ ଉକ୍ତ ସହରରେ ରହୁଥିବା କିଛି ପରିଚିତ ବ୍ୟକ୍ତିବିଶେଷଙ୍କ ସହ ଯୋଗଯୋଗ କରିଥିଲେ ଓ ତାଙ୍କ ଜରିଆରେ ମହିଳାଙ୍କ ଘରକୁ ତାଙ୍କ ସମ୍ପର୍କରେ ଖବର ଦେଇଥିଲେ । ଦୀର୍ଘ ଦିନ ଧରି ମନୀଷାଙ୍କୁ ଖୋଜୁଥିବା ତାଙ୍କ ପରିବାର ଓ ଆତ୍ମୀୟ ମଧ୍ୟ ଖବର ପାଇ ଅହମ୍ମଦାବାଦରୁ ଟ୍ରେନ ଯୋଗେ ତୁରନ୍ତ ଧାଇଁ ଆସିଛନ୍ତି ବ୍ରହ୍ମପୁରକୁ । ହଜିଲା ମାଆକୁ ପାଖରେ ପାଇ ମହିଳାଙ୍କ ଦୁଇ ପୁଅ ଆତ୍ମବିଭୋର ହୋଇଯାଇଥିବାବେଳେ ସ୍ବାମୀ ଦେବୀଦାସ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ଏନେଇ ସେମାନେ ନର୍ମଦା ଶିଶୁଭବନ ସହ ସମ୍ପୃକ୍ତ ସ୍ବେଚ୍ଛାସେବୀ ସଙ୍ଗଠନକୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ସଙ୍ଗଠନର ସଦସ୍ୟ ଦେବାଶିଷ ମହାନ୍ତି ଗୋଟିଏ ପରିବାରକୁ ପୁଣି ଏକତ୍ର କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ଏହାପରେ ମହିଳାଙ୍କୁ ସାଙ୍ଗରେ ଧରି ପୁରା ପରିବାର ପୁରୀ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଏବଂ ପୁଣି ନିଜ ଘର ଅହମ୍ମଦାବାଦକୁ ଫେରିଯାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.