ETV Bharat / city

ନିରୀହଙ୍କୁ ଫସାଉଛି କମିସନରେଟ ପୋଲିସ ! ମିଥ୍ୟା ଚାର୍ଜସିଟ କରି ଅଡୁଆରେ ଅଧିକାରୀ - ଭୁବନେଶ୍ବରରେ ମିଛ ମାମଲା ରୁଜୁ

ନିରୀହ ଲୋକଙ୍କୁ ଫସାଉଛି କମିସନରେଟ ପୋଲିସ। ମିଥ୍ୟା ମାମଲାର ଚାର୍ଜସିଟ କରି ଅଡୁଆରେ ପୋଲିସ ଅଧିକାରୀ। ଭୁବନେଶ୍ବର କମିଶନରେଟ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି। ଅଧିକ ପଢ଼ନ୍ତୁ

false fir registered by police in bhubaneswar
ମୃତ ଲୋକଙ୍କ ଅଭିଯୋଗ ଆଧାରରେ ଚାର୍ଜସିଟ ଦାଖଲ କଲା ପୋଲିସ!
author img

By

Published : Mar 22, 2022, 11:26 AM IST

Updated : Mar 22, 2022, 11:39 AM IST

ଭୁବନେଶ୍ବର: ନିରୀହ ଲୋକଙ୍କୁ ଫସାଉଛି କମିସନରେଟ ପୋଲିସ। ମିଥ୍ୟା ମାମଲାର ଚାର୍ଜସିଟ କରି ଅଡୁଆରେ ପୋଲିସ ଅଧିକାରୀ। ଭୁବନେଶ୍ବର କମିଶନରେଟ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ମୃତ ଲୋକଙ୍କ ଅଭିଯୋଗ ଆଧାରରେ ଚାର୍ଜସିଟ ଦାଖଲ କଲା ପୋଲିସ!

ରାଜଧାନୀରେ ସତ ପୋଲିସଙ୍କ ମିଛ ତଦନ୍ତ। କମିଶନରେଟ ପୋଲିସର ଏମିତି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି,ମାନବାଧିକାରୀ କର୍ମୀ,ସାମ୍ବାଦିକ,ନେତାଙ୍କୁ ମିଛ କେସରେ ପୋଲିସ ଗିରଫ କରୁଛି। ସାମ୍ବାଦିକ ସମ୍ମିଳନୀ କରି ଏଭଳି କିଛି କେଳେଙ୍କାରୀର ଖୁଲାସା କରିଛି ଓଡ଼ିଶା ନ୍ୟାୟ ମଞ୍ଚ। କନ୍ୟାୟ ମଞ୍ଚର ଅଭିଯୋଗ ଅନୁଯାୟୀ, ମୃତ ଲୋକର ଅଭିଯୋଗରେ ଚାର୍ଜସିଟ ଦାଖଲ କରିଛି ପୋଲିସ। ଯାହାର ତନାଘନା ବେଳେ ଅଭିଯୋଗକାରିଣୀର ମିଛ ସାମ୍ନାକୁ ଆସିଛି।

ମୃତ ଲୋକର‌ ପରିଚୟ ଦେଇ ଆଉ ଜଣେ ଦଲାଲ ମିଛ ଅଭିଯୋଗ କରିଥିବାବେଳେ ମାମଲା ଅଧାରରେ କୋର୍ଟରେ ମିଥ୍ୟା ଚାର୍ଜସିଟ ଦାଖଲ କରିଛି ଏୟାରପୋର୍ଟ ଥାନା ପୋଲିସ। ଯାହା ଫଳରେ ଥାନାଧିକାରୀଙ୍କ ସମେତ ଏସ୍ପି ଓ ଅଭିଯୋଗକାରିଣୀ ନାମରେ ମାମଲା ରୁଜୁ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଗତ ୨୦୨୦ ରେ ମମନ୍ତା ସାମନ୍ତରାୟ ନାମକ ଜଣେ ସମାଜସେବୀଙ୍କ ନାରେ ଜଣେ ଅଭିଯୋଗକାରିଣୀ ନିଜର ନା ଅର୍ଣ୍ଣପୁର୍ଣ୍ଣା ଦାସ ବୋଲି ପରିଚୟ ଦେଇ ଏକ ଗଣ୍ଡଗୋଳର ଅଭିଯୋଗ କରିଥିଲେ‌। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ମମନ୍ତା ସାମନ୍ତରାୟଙ୍କ ନାରେ ଚାର୍ଜସିଟ ଦାଖଲ କରିଥିଲା। ହେଲେ ଘଟଣାର‌ ଛାନଭିନ ବେଳେ ଜଣାପଡିଲା ଅଭିଯୋଗକାରିଣୀ ଜଣେ ଛଦ୍ମ ଲୋକ। କାରଣ ଅର୍ଣ୍ଣପୁର୍ଣ୍ଣା ଦାସଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମାଆ ୩୦ବର୍ଷ ତଳେ ମୃତ୍ୟୁବରଣ କରିସାରିଛନ୍ତି।

ତାଙ୍କ ମାଙ୍କ ନାଁରେ ଆଉ ଜଣେ ମହିଳା‌ ଏପରି ମିଛ କେସ କରି ସମ୍ପତ୍ତି ହଡପ ପାଇଁ ଯୋଜନା କରୁଛନ୍ତି। ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ମମନ୍ତା ସାମନ୍ତରାୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏନେଇ କୋର୍ଟ ଘଟଣାର ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାସହ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିରିହ ଲୋକଙ୍କୁ ଫସାଇବାକୁ ପୋଲିସ ଅଧିକାରୀ ଏପରି ଚକ୍ରାନ୍ତ କରୁଥିବା କହିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଷଡଙ୍ଗୀ। ଏଥିପାଇଁ କମିଶନରେଟ ପୋଲିସ ,ଡିସିପି ଓ ଡିଜିଙ୍କୁ ଦୋଷ ଦେଇଛନ୍ତି। କେତେ ନିରିହ ଲୋକଙ୍କୁ ଏପରି ଫସାଯାଇଥିବା ନେଇ ଏହାର ଏକ ଫ୍ରି ଫାୟାର ଇନଭେଷ୍ଟିଗେସନ ପାଇଁ ସେ ଦାବି କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Mar 22, 2022, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.