ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସହରରେ ଭୂମିକମ୍ପ ଝଟକା । ମଙ୍ଗଳବାର ରାତିରେ ବ୍ରହ୍ମପୁର ସମେତ କେତେକ ସ୍ଥାନରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏପରିକି ଓଡିଶା ଆନ୍ଧ୍ର ସୀମାନ୍ତ ଇଚ୍ଛାପୁର ଅଞ୍ଚଳର କିଛି ସ୍ଥାନରେ ମଧ୍ୟ ଏଭଳି ମୃଦ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଯାହା ସୂଚନା ରହିଛି, ୨ ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । କେତେକଙ୍କ ଘରର ଆସବାବପତ୍ର ହଲିବା ଆରମ୍ଭ କରିଥିଲା । ଯାହାଫଳରେ ଭୟରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ