ETV Bharat / city

ଗୋଷ୍ଠୀ କନ୍ଦଳର ବିସ୍ଫୋରକ ସ୍ଥିତି; କାର୍ଯ୍ୟକ୍ରମ ବାତିଲ କରି ଫେରିଲେ ସାଂସଦ-ବାଚସ୍ପତି - ସାଂସଦ ଚନ୍ଦ୍ର ଶେଖର ସାହୁ

ଶାସକ ଦଳର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା । ପ୍ରକଳ୍ପ ଉଦଘାଟନ ପାଇଁ ଯାଇ ହଟ୍ଟହଟା ହେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଜିଲ୍ଲାର ଦିଗପହଣ଼୍ତି ନିର୍ବାଚନମଣ୍ଡଳୀର ଚୌଧୁରୀ ଟିକରପଡା ଗ୍ରାମର ବଡ ସାହିରେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ବାଚସ୍ପତି ଓ ସାଂସଦଙ୍କ ଗସ୍ତକୁ ବିରୋଧ କରିଛନ୍ତି ଅସନ୍ତୁଷ୍ଟ ଦଳୀୟ କର୍ମୀ । ଅଧିକ ପଢନ୍ତୁ...

MP
MP
author img

By

Published : Nov 3, 2021, 10:41 PM IST

ବ୍ରହ୍ମପୁର: ଶାସକ ଦଳର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା । ପ୍ରକଳ୍ପ ଉଦଘାଟନ ପାଇଁ ଯାଇ ହଟ୍ଟହଟା ହେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଜିଲ୍ଲାର ଦିଗପହଣ଼୍ତି ନିର୍ବାଚନମଣ୍ଡଳୀର ଚୌଧୁରୀ ଟିକରପଡା ଗ୍ରାମର ବଡ ସାହିରେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ବାଚସ୍ପତି ଓ ସାଂସଦଙ୍କ ଗସ୍ତକୁ ବିରୋଧ କରିଛନ୍ତି ଅସନ୍ତୁଷ୍ଟ ଦଳୀୟ କର୍ମୀ ।

ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ସାଂସଦ ଦିଗପହଣ୍ଡି ବ୍ଲକ ଗସ୍ତକରି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାର ଥିଲା । ତେବେ ମହିଳା ମାନେ ଏହାକୁ ନେଇ ଗାଡି ସମ୍ମୁଖରେ ବସି ରହିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା । ଫଳରେ ମିସନ ଶକ୍ତି କୋଠା ଉଦଘାଟନ କାର୍ଯ୍ୟକ୍ରମକୁ ବାତିଲ କରି ଉଭୟ ସାଂସଦ ଓ ବାଚସ୍ପତି ଫେରିଯାଇଥିବା ଜଣାପଡିଛି ।

ମୁଖ୍ୟତଃ ଗୋଟିଏ ଗୋଷ୍ଠୀର ଦଳୀୟ କର୍ମୀମାନଙ୍କ ବାରଣ ସତ୍ବେ ପ୍ରକଳ୍ପ ଉଦଘାଟନ କରିବାକୁ ନେଇ ଏଭଳି ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.