ETV Bharat / city

ରାଜଧାନୀ ଡ୍ରେନ ଅଘଟଣ ପରେ ମଧ୍ୟ ପଶୁନି ଚେତା, ବ୍ରହ୍ମପୁରରେ ମୁକୁଳା ପଡିଛି ଏକାଧିକ ଡ୍ରେନ

author img

By

Published : Sep 29, 2021, 9:08 PM IST

କେବଳ ରାଜଧାନୀ ନୁହେଁ ରାଜ୍ୟର ପ୍ରମୁଖ ସହରରେ ମୁକୁଳା ପଡିଛି ଡ୍ରେନ । ରେଶମ ସହର ବ୍ରହ୍ମପୁରରେ ସହରବାସୀଙ୍କୁ ଖୋଲା ଡ୍ରେନ ଭୟ । ସେପଟେ ଖୁବ ଶୀଘ୍ର କାମ ସାରିବା ନେଇ କହିଲା ମହାନଗର ନିଗମ । ଅଧିକ ପଢନ୍ତୁ...

ରାଜଧାନୀ ଡ୍ରେନ ଅଘଟଣ ପରେ ମଧ୍ୟ ପଶୁନି ଚେତା, ବ୍ରହ୍ମପୁରରେ ମୁକୁଳା ପଡିଛି ଏକାଧିକ ଡ୍ରେନ
ରାଜଧାନୀ ଡ୍ରେନ ଅଘଟଣ ପରେ ମଧ୍ୟ ପଶୁନି ଚେତା, ବ୍ରହ୍ମପୁରରେ ମୁକୁଳା ପଡିଛି ଏକାଧିକ ଡ୍ରେନ

ବ୍ରହ୍ମପୁର: ବର୍ଷାପାଣିରେ ରାଜଧାନୀର ଡ୍ରେନରେ ଭାସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିବାବେଳେ ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ସେମିତି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରେଶମ ସହର ବ୍ରହ୍ମପୁରରେ ଖାଲଖମା ରାସ୍ତା ସାଙ୍ଗକୁ ମୁକୁଳା ହୋଇ ପଡିଛି ଏକାଧିକ ଡ୍ରେନ । କିଛି ଡ୍ରେନର ମରାମତି ଚାଲିଥିବାବେଳେ କିଛି ଅଧାପନ୍ତରିଆ ଭାବେ ବିପଦ ସଙ୍କୁଳ ଅବସ୍ଥାରେ ପଡିଛି । ଯାହାକୁ ନେଇ ସହରବାସୀ ରାସ୍ତା ଚାଲିବାକୁ ମଧ୍ୟ ଭୟ କରିବା ସହ ମହାନଗର ନିଗମର କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ଏହି ବିପଦସଙ୍କୁଳ ଡ୍ରେନ କେବଳ ମଣିଷ କି ଗାଡିମୋଟର ନୁହେଁ ବୁଲା ଗାଈଗୋରୁଙ୍କ ପାଇଁ ମରଣାଯନ୍ତା । ଏପରିକି ସହରର ପୂର୍ବରୁ ସାମାନ୍ୟ ବର୍ଷାରେ ରାସ୍ତାଘାଟ କଳାର୍ଣ୍ଣବ ହୋଇପଡିବା ସହ ରାସ୍ତା ଓ ନାଳନର୍ଦ୍ଧମା ଏକାକାର ହୋଇଯାଉଥିବାରୁ କେଉଁଟି ରାସ୍ତା ଏବଂ କେଉଁ ସ୍ଥାନରେ ପାଣି ଜମିଛି ତାହା ଜାଣିବା କଷ୍ଟକର ହୋଇପଡୁଛି । ଏଥିପ୍ରତି ପ୍ରଶାସନ ସଜାଗ ନହେଲେ କୌଣସି ସମୟରେ ଅଘଟଣ ଘଟିପାରେ ଏଥିରେ ସନ୍ଦେହ ନାହିଁ।

ବର୍ଷବର୍ଷ ଧରି ସହରରେ ନାଳ ଓ ଜଳ ନିଷ୍କାସନ ସମସ୍ୟା ଲାଗି ରହିଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରି ସହର ସାରା ଯେଉଁଆଡ଼େ ଆଖି ବୁଲାଇବେ ସେଠାରେ ଘୋଡ଼ଣୀ ନଥିବା ମୁକୁଳା ନାଳ ସ୍ପଷ୍ଟ ଦୃଶ୍ୟମାନ । ଦୀର୍ଘଦିନ ଧରି ସହରର ପ୍ରେମନଗର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ କାମ ଅଧାରେ ଅଟକି ରହିଛି । ସିଟି ହାଇସ୍କୁଲ ପଡ଼ିଆ ସାମ୍ନାରେ ଡ୍ରେନକୁ ଲାଗି ରାସ୍ତା ନିର୍ମାଣ ପାଇଁ ଖୋଳି ଛାଡ଼ି ଦିଆଯାଇଛି । ଏପରିକି ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇରହିଥିବାରୁ ଦୟନୀୟ ରାସ୍ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାରିବାରେ ଲାଗିଛି ।

ସେପଟେ ମହାନଗର ନିଗମର କହିବା କଥା ସହରର ଶୌଚନୀୟ ଅବସ୍ଥାରେ ଥିବା ପ୍ରମୁଖ ରାସ୍ତା ଓ ନାଳର ମରାମତି ପାଇଁ ଟେଣ୍ଡର ଶେଷ ହୋଇଥିବାବେଳେ ଖୁବଶ୍ରୀଘ୍ର ତାହାକୁ କାର୍ଯ୍ୟକାରୀ କରାଯିବ । ସେପଟେ ଆଉ ଯେଉଁ ସ୍ଥାନଗୁଡିକ ରହିଯାଇଛି ତାହାକୁ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ନିଗମ କର୍ତ୍ତୁପକ୍ଷ ।

ବ୍ରହ୍ମପୁର ସହରର ବିଭିନ୍ନ କଂକ୍ରିଟ୍ ରାସ୍ତା, ଡ୍ରେନ୍, କଲଭର୍ଟ ଭଳି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମୋଟ ୧୮୦ଟି ପ୍ରକଳ୍ପ ଧାର୍ଯ୍ୟ ହୋଇଥିବାବେଳେ ବ୍ୟୟ ଅଟ୍ଟକଳ ମଧ୍ୟ ସ୍ଥିର କରାଯାଇଛି ବୋଲି ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ କହିଛନ୍ତି । ସାଧାରଣ ଜନତାଙ୍କ ଦାବିକୁ ଖୁବ ଶ୍ରୀଘ୍ର କାର୍ଯ୍ୟକାରୀ କଲେ ଜନସାଧାରଣଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇ ପାରିବା ସହ ଅଘଟଣକୁ ଏଡାଯାଇପାରିବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.