ETV Bharat / city

ମିଶନ ଆରୋଗ୍ୟ ମାଧ୍ୟମରେ ଏବିଭିପି ପକ୍ଷରୁ ବସ୍ତିରେ ସ୍କ୍ରିନିଂ ଅଭିଯାନ ଆରମ୍ଭ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଆରମ୍ଭ ହୋଇଯାଇଛି ମିଶନ ଆରୋଗ୍ୟ କାର୍ଯ୍ୟକ୍ରମ । କୋରୋନାକୁ ପ୍ରତିହତ କରିବା ପାଇଁ ଏବଂ ଲୋକମାନଙ୍କୁ ସଚେତନତା କରିବା ପାଇଁ ଏହି ମିଶନ ଆରୋଗ୍ୟ ମାଧ୍ୟମରେ ସାହି ସାହି ବସ୍ତି ବସ୍ତି ଯାଇ ସ୍କ୍ରିନିଂ କରିବା, ମାସ୍କ ବାଣ୍ଟିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ଏବିଭିପି ପକ୍ଷରୁ ମିଶନ ଆରୋଗ୍ୟ ମାଧ୍ୟମରେ ବସ୍ତିରେ ସ୍କ୍ରିନିଂ ଅଭିଯାନ ଆରମ୍ଭ

author img

By

Published : May 23, 2021, 7:29 AM IST

ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଆରମ୍ଭ ହୋଇଯାଇଛି ମିଶନ ଆରୋଗ୍ୟ କାର୍ଯ୍ୟକ୍ରମ । କୋରୋନାକୁ ପ୍ରତିହତ କରିବା ପାଇଁ ଏବଂ ଲୋକମାନଙ୍କୁ ସଚେତନତା କରିବା ପାଇଁ ଏହି ମିଶନ ଆରୋଗ୍ୟ ମାଧ୍ୟମରେ ସାହି ସାହି ବସ୍ତି ବସ୍ତି ଯାଇ ସ୍କ୍ରିନିଂ କରିବା, ମାସ୍କ ବାଣ୍ଟିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏବିଭିପି ପକ୍ଷରୁ ମିଶନ ଆରୋଗ୍ୟ ମାଧ୍ୟମରେ ବସ୍ତିରେ ସ୍କ୍ରିନିଂ ଅଭିଯାନ ଆରମ୍ଭ
ଏବିଭିପି ପକ୍ଷରୁ ମିଶନ ଆରୋଗ୍ୟ ମାଧ୍ୟମରେ ବସ୍ତିରେ ସ୍କ୍ରିନିଂ ଅଭିଯାନ ଆରମ୍ଭ

ତେବେ ଗୋଷାଣୀନୂଆଗାଁ ସ୍ଥିତ ବସ୍ତିରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହା ସହ ସମ୍ପୂର୍ଣ୍ଣ ଜିଲ୍ଲାରେ ଥିବା ପ୍ରାୟ ୫୦ ହଜାର ପରିବାର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ସାରା ରାଜ୍ୟରେ ହେଲ୍ପଲାଇନ ନମ୍ବର ମାଧ୍ୟମରେ ରୋଗୀ ମାନଙ୍କୁ ରନ୍ଧାଖାଦ୍ୟ, ଅକ୍ସିଜେନ ସିଲିଣ୍ଡର, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରା ହୋଇ ଆସୁଥିଲା । ତତ୍ ସହିତ ରକ୍ତର ଅଭାବକୁ ପୂରଣ କରିବା ପାଇଁ ରକ୍ତଦାନ ଶିବିର ଆରମ୍ଭ କରି ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଉଛି ।

ବର୍ତ୍ତମାନ ଏହି ଆରୋଗ୍ୟ ଯୋଜନା କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ବିଶ୍ବବିଦ୍ୟାଳୟ ପ୍ରମୁଖ ଶଶିକାନ୍ତ ମିଶ୍ର, ନଗର ସଂଗଠନ ସମ୍ପାଦକ ଯୁଧିଷ୍ଠିର ବେହେରା, ସଞ୍ଜୀବ କୁମାର ସାହୁ, ସୁନୀଲ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ସାରା ଦେଶ ବର୍ତ୍ତମାନ କୋରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ପ୍ରତ୍ୟେକ ଦିନ ପଜିଟିଭ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସମୟରେ ଛାତ୍ର ସଙ୍ଗଠନ ଆଗକୁ ଆସିଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.