ବ୍ରହ୍ମପୁର: ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଏହି ସମୟରେ ଦକ୍ଷିଣ ଓଡିଶାର ସର୍ବବୃହତ ବାଣ ବଜାର ବ୍ରହ୍ମପୁରର ବାଲୁଙ୍କେଶ୍ବର ବାଣ ବଜାର ହୋଇପଡିଛି ଚଳଚଞ୍ଚଳ । ହେଲେ ଚଳିତବର୍ଷ ଏଠାକାର ବ୍ୟବସାୟୀମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ବାଣ ଆଣି ବିକ୍ରି କରିବା ପାଇଁ ଗଚ୍ଛିତ କରି ରଖିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳି ନାହିଁ ଅନୁମତି । ଫଳରେ ଖୋଲି ପାରିନି ବଜାର ।
ବଜାର ଖୋଲି ପାରିନଥିବାରୁ ଚିନ୍ତାରେ ସହରର ବାଣ ବ୍ୟବସାୟୀ । ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ସେପଟେ ଜିଲ୍ଲାପାଳଙ୍କ ପକ୍ଷରୁ ଅଗ୍ନିଶମ ବିଭାଗରୁ କ୍ଳିୟରରାନ୍ସ ମିଳି ସାରିଥିବାରୁ ଅନୁମତି ପ୍ରଦାନ କରାଯିବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ