ETV Bharat / city

MKCG ଛାତରୁ ବାରମ୍ବାର ସିଲିଂ ଖସିବା ପରେ ଚେତିଲା ପ୍ରଶାସନ, ବସିଲା ଜରୁରୀ ବୈଠକ - ସୁପର ସ୍ପେଶାଲିଟି କୋଠାରେ ଖସିଲା ସିଲିଂ

ଏମକେସିଜି ମେଡିକାଲର(MKCG Medical) ସ୍ପେସିଆଲଟି କୋଠାରେ ବାରମ୍ୱାର ଅଘଟଣ ପରେ ଆୟୋଜିତ ହେଲା ଜରୁରୀ ବୈଠକ । ଏମକେସିଜି ମେଡିକାଲର ଏହି ସମସ୍ୟାକୁ ନେଇ ଶନିବାର ଦିନ ଏକ ଜରୁରୀ ବୈଠକ ଆୟୋଜିତ କରାଯାଇଥିଲା । ଅଧିକ ପଢନ୍ତୁ

MKCG ଛାତରୁ ସିଲିଂ ଖସିବା ଘଟଣା
MKCG ଛାତରୁ ସିଲିଂ ଖସିବା ଘଟଣା
author img

By

Published : Sep 11, 2022, 9:01 AM IST

ବ୍ରହ୍ମପୁର: ଏମକେସିଜି ମେଡିକାଲର(MKCG Medical) ସୁପର ସ୍ପେସିଆଲଟି କୋଠାରେ ଗତ କିଛି ଦିନ ମଧ୍ୟରେ ବାରମ୍ୱାର ଅଘଟଣ ଘଟିଛି । ଯାହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଲଗାତାର ଗତ ୮ ଏବଂ ୯ ତାରିଖରେ ସିଲିଂ ଖସିବା ପରେ ଶନିବାର ଦିନ ଏକ ଜରୁରୀ ବୈଠକ ଆୟୋଜିତ କରାଯାଇଥିଲା ।

MKCG ଛାତରୁ ସିଲିଂ ଖସିବା ଘଟଣା

ଶନିବାର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓଙ୍କ ଅଧ୍ୟକ୍ଷତାର ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏମକେସିଜି ମେଡିକାଲର ଏହି ସମସ୍ୟାକୁ ନେଇ କିପରି ତୁରନ୍ତ ପଦକ୍ଷେପ ନିଆଯିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୁଣି MKCG ଛାତରୁ ଖସିଲା ସିଲିଂ, ଚିନ୍ତାରେ ରୋଗୀ

ଏମକେସିଜି ମେଡିକାଲରେ ଏହି ନୂତନ କୋଠା କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବେଳେ ଏହାର ପଞ୍ଚମ ମହଲରେ ଅଗ୍ନିକାଣ୍ଡ ଘଟଣା ପରେ ଏକପ୍ରକାର ଚର୍ଚ୍ଚାରେ ରହିଥିଲା । ଏବେ ପୁଣି ଦୁଇ ଦୁଇଟି ସ୍ଥାନରେ ସିଲିଂ ଖସିବା ଘଟଣା ଏହାକୁ ନିର୍ମାଣ କରିବାକୁ ନେଇଥିବା ସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ଉଠିବା ପରେ ସଂପୃକ୍ତ ସଂସ୍ଥାକୁ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ଏକ ଟିମ୍ ମେଡିକାଲରେ କେଉଁ କାରଣରୁ ଏପରି ଘଟଣା ଘଟୁଛି ତାହାର ଅନୁଧ୍ୟାନ କରିବେ । ଆସନ୍ତା ସୋମବାର ସୁଦ୍ଧା ଟେକ୍ନିକାଲ ଟିମକୁ ତଥ୍ୟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଯେପରି ଏହି ଘଟଣା ବାରମ୍ୱାର ଘଟିବ ନାହିଁ ସେ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ।

ଏନେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ଯେ, "କେଉଁ କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି ସେନେଇ ଆଲୋଚନା କରିବା ପାଇଁ ଏକ ବୈଠକ ଆୟୋଜିକ ହେଇଥିଲା । ରାଜ୍ୟସରକାରଙ୍କ EIC ଟିମ ମଧ୍ୟ ଉପସ୍ଥିତ ରହିଥିଲେ । କୋଠାର ନିର୍ମାଣ କରିଥିବା ସଂସ୍ଥା ଠିକଭାବେ କାମ ନକରିବା ଯୋଗୁଁ ସିଲିଂ ଖସୁଛି । କିନ୍ତୁ ଆଗାମୀ ଦିନରେ କିଭଳି ଏପରି ଘଟଣା ନଘଟେ ସେଉପରେ ନଜର ରଖାଯିବ ।’’

ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି କୋଠାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । MKCG ମେଡିକାଲରେ ଏହି ନୂତନ କୋଠାର ପଞ୍ଚମ ମହଲରେ ଅଗ୍ନିକାଣ୍ଡ ଘଟଣା ପରେ ଏକପ୍ରକାର ଚର୍ଚ୍ଚାରେ ରହିଥିବାବେଳେ, ଏଠାରେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଦୁଇଟି ସ୍ଥାନରେ ସିଲିଂ ଖସିବା ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନିର୍ମାଣ କରିଥିବା ଠିକା ସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.