ETV Bharat / city

ବ୍ରହ୍ମପୁର ଷ୍ଟେସନରୁ ଦେଶର ପ୍ରମୁଖ ଷ୍ଟେସନକୁ ନୂତନ ଟ୍ରେନ ଚଳାଚଳ ଦାବି ଦୋହରାଇଲେ ସାଂସଦ-ବିଧାୟକ - ବିଧାୟକ

ବ୍ରହ୍ମପୁର ରେଳଷ୍ଟେସନରୁ ରାଜ୍ୟର ପ୍ରମୁଖ ସହର ଏବଂ ଦେଶର ପ୍ରମୁଖ ରେଳଷ୍ଟେସନକୁ ନୂତନ ଟ୍ରେନ ଚଳାଚଳ କରାଇବାକୁ ଦାବି କରିଛନ୍ତି ବ୍ରହ୍ମପୁର ସାଂସଦ ଓ ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ...

ବ୍ରହ୍ମପୁର ରେଳଷ୍ଟେସନରୁ ଦେଶର  ପ୍ରମୁଖ ଷ୍ଟେସନକୁ ନୂତନ ଟ୍ରେନ ଚଳାଚଳ ପାଇଁ ଦାବି

author img

By

Published : Sep 11, 2021, 9:29 AM IST

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରୁ ରାଜ୍ୟର ପ୍ରମୁଖ ସହର ଏବଂ ଦେଶର ପ୍ରମୁଖ ରେଳଷ୍ଟେସନକୁ ନୂତନ ଟ୍ରେନ ଚଳାଚଳ କରାଇବାକୁ ଦାବି କରିଛନ୍ତି ବ୍ରହ୍ମପୁର ସାଂସଦ ଓ ସ୍ଥାନୀୟ ବିଧାୟକ । ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ରେଳଷ୍ଟେସନରୁ ଦେଶର ପ୍ରମୁଖ ଷ୍ଟେସନକୁ ନୂତନ ଟ୍ରେନ ଚଳାଚଳ କରିଯାଉ ବୋଲି ଲୋକଙ୍କ ଦାବିକୁ ଦୋହରାଇଥିଲେ । ଏକ ନୂତନ ଟ୍ରେନ ଚଳାଚଳ କଲେ ଲୋକଙ୍କ ସମସ୍ୟା ଦୂର ହେବ ଏବଂ ଦୁର୍ଘଟଣାକୁ ମଧ୍ୟ ରୋକି ହେବ ବୋଲି କହିଥିଲେ ସାଂସଦ ।

ବ୍ରହ୍ମପୁର ରେଳଷ୍ଟେସନରୁ ଦେଶର ପ୍ରମୁଖ ଷ୍ଟେସନକୁ ନୂତନ ଟ୍ରେନ ଚଳାଚଳ ପାଇଁ ଦାବି

ବ୍ରହ୍ମପୁରରୁ ପୁରୀ ପାଇଁ ନିୟମିତ ଭାବରେ ଟ୍ରେନ ଚଳାଚଳ କରାଯିବା ସହିତ ବ୍ରହ୍ମପୁର ରେଳଷ୍ଟେସନର ଉନ୍ନତିକରଣ ଓ ପାରଳାଖେମୁଣ୍ଡିର ଉନ୍ନତିକରଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହେଉଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି । ସେହିପରି ବ୍ରହ୍ମପୁରରୁ ଦିଲ୍ଲୀ ପାଇଁ ଏକ ଟ୍ରେନ ବ୍ୟବସ୍ଥା ସହିତ ବ୍ରହ୍ମପୁରରୁ ରାୟଗଡା ଏବଂ ଗୁଣପୁରରୁ ଥେରୁବାଲିକୁ ଟ୍ରେନ ଚଳାଚଳ ପାଇଁ ପୂର୍ବରୁ ଅନେକ ଥର ଦାବି କରାଯାଇଥିବା ବେଳେ ଏବେ ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି ।

ସେହିପରି ବ୍ରହ୍ମପୁରରୁ–ମୁମ୍ୱାଇ, ବ୍ରହ୍ମପୁରରୁ ସୁରତ, ବ୍ରହ୍ମପୁରରୁରୁ ବଲାଙ୍ଗୀର ଟ୍ରେନ ଚଳାଚଳ ପାଇଁ ଗୁରୁତ୍ୱ ଦେବା ସହିତ ଷ୍ଟେସନର ଆଧୁନିକିକରଣ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ।

ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେଳ ଶୁଭାରମ୍ଭ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପଙ୍କଜ ଚୌହାନଙ୍କ ସମେତ ଖୋର୍ଦ୍ଧା ଡିଭିଜନର ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.