ETV Bharat / city

ବ୍ରହ୍ମପୁରରେ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ - ବ୍ରହ୍ମପୁର ଖବର

ବ୍ରହ୍ମପୁର ସହର ହିଲିଟିପାଟଣା ଅଞ୍ଚଳର ଜଣାଶୁଣା ଦୁଗ୍ଧ ବ୍ୟବସାୟୀ ଲମ୍ୱୋଦର ମୁନିଙ୍କ ଘରେ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଲୁଟ ପରେ ହତ୍ୟା କରାଯାଇଥିବା କୁହାଯାଉଛି ।

Dairy trader killed in Berhampur
ବ୍ରହ୍ମପୁରରେ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
author img

By

Published : Jun 14, 2020, 5:34 PM IST

ବ୍ରହ୍ମପୁର: ସହରର ଜଣେ ଦୁଗ୍ଧ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କୋରୋନା କଟକଣା ପାଇଁ ସରକାର ରାଜ୍ୟର 11ଟି ଜିଲ୍ଲାକୁ ଜୁନ ମାସରେ ସପ୍ତାହର 2 ଦିନକୁ ସଟଡାଉନ ଘୋଷଣା କରିଛନ୍ତି । ଯାହାର ସୁଯୋଗ ନେଇ ଏଭଳି ଏକ ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ ।

ବ୍ରହ୍ମପୁରରେ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ସହର ହିଲିଟିପାଟଣା ଅଞ୍ଚଳର ଜଣାଶୁଣା ଦୁଗ୍ଧ ବ୍ୟବସାୟୀ ଲମ୍ୱୋଦର ମୁନିଙ୍କ ଘରେ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମରେ ପଶିଥିଲେ । ଏହା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଲୁଟ ପରେ ହତ୍ୟା କରାଯାଇଥିବା କୁହାଯାଉଛି । ଘଟଣାସ୍ଥଳରେ ଖୋଦ୍ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ଖୋଳତାଡ କରୁଥିବା ବେଳେ ନିକଟରେ ରହିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ମାମଲାର ସତ୍ୟତା ଜାଣିବାକୁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।

ଗତ ଦୁଇ ଦିନ ଧରି ସଟଡାଉନ ଯୋଗୁଁ ଆଦାୟ ହୋଇଥିବା ଟଙ୍କାକୁ ଡକାୟତ କରି ନେବା ପାଇଁ କୌଣସି ଜଣାଶୁଣା ଦୁର୍ବୃତ୍ତ ଉଦ୍ୟମ କରିବା ଘଟଣା ସମ୍ପର୍କରେ ବ୍ୟବସାୟୀ ଜଣକ ଜାଣି ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନ୍ଦେହ ପ୍ରକାଶ କରିଛନ୍ତି ସହରର ବରିଷ୍ଠ ଆଇନଜୀବୀ । ଗୋଟିଏ ପଟେ ପୋଲିସ ପ୍ରଶାସନ କୋରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିନଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରିବାରେ ବ୍ୟସ୍ତ ରହିଥିବାବେଳେ ଅପରାଧିଙ୍କ ଏଭଳି ଏକ ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବି । ଏହି ଘଟଣା ପରେ ରାତି ସମୟରେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି କରାଯାଇଛି ।

ତେବେ ବର୍ତ୍ତମାନ ଲକଡାଉନ ସମୟରେ କିଏ ଏବଂ କେଉଁ ପରିସ୍ଥିତିରେ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା କଲା ଏବଂ ପୋଲିସ ଏହି ଘଟଣାର ଅପରାଧୀଙ୍କୁ ଧରିବାରେ କେବେ ସଫଳ ହେବ ତାହାକୁ ଅପେକ୍ଷା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.