ବ୍ରହ୍ମପୁର: ଓଡିଶାମୁହାଁ ହେଉଛି ଭୟଙ୍କର ବାତ୍ୟା ଫନି । ଏନେଇ ଚାରିଆଡେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷା ଦେବା ସହ ସତର୍କ କରାଯାଉଛି । ଏନେଇ ଗୋପାଳପୁର ରାଡାର କେନ୍ଦ୍ର ମୁଖ୍ୟ ଉମାଶଙ୍କର ଦାସଙ୍କ ସହ ଇଟିଭି ଭାରତ ପକ୍ଷରୁ ଆଲୋଚନା କରାଯାଇଥିଲା ।
ଭୟଙ୍କର ‘ଫନି’ ଆସନ୍ତାକାଲି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ 130ରୁ 140 ରହିବ । ସମୟ କ୍ରମେ ପବନର ବେଗ ବୃଦ୍ଧି ପାଇପାରେ।
ବର୍ତ୍ତମାନ ଫନି ଲ୍ୟାଣ୍ଡଫଲ ସ୍ଥାନରୁ 360 କିଲୋମିଟର ଦକ୍ଷିଣ ପଶ୍ଚିମରେ ରହିଛି । ବିଶାଖାପାଟନମରୁ 190 କିଲୋମିଟର ଦକ୍ଷିଣ ପୂର୍ବ ଏବଂ ଦୀଘାରୁ ଦକ୍ଷିଣ ପଶ୍ଚିମରେ ରହିଛି । ଆସନ୍ତା କାଲି ଗୋପାଳପୁରରେ ରେଡ ଆଲର୍ଟ ଦିଆଯିବ । ଏହାସହ ସମସ୍ତ ସମୁଦ୍ରକୂଳରେ 4 ନଂମ୍ବର ବିପଦ ସଙ୍କେତ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ