ETV Bharat / city

ଗଣେଶ ପୂଜାକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ଆକ୍ରମଣ

author img

By

Published : Aug 23, 2020, 9:30 AM IST

ଗଞ୍ଜାମରେ କୋଭିଡ ଗାଇଡ ଲାଇନକୁ ଉଲ୍ଲଂଘନ କରି ଚାଲିଥିଲା ଗଣେଶ ପୂଜା ଓ ବ୍ୟବସାୟ । ପ୍ରଶାସନର ଚଢାଉ ବେଳେ ତଦସିଲଦାରଙ୍କୁ ଘେରିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା । ଅଧିକ ପଢନ୍ତୁ....

covid guidelines violation in ganjam district
କୋଭିଡ କଟକଣାକୁ ଉଲଘଂନ କରି ହେଉଥିଲା ଗଣେଷ ପୂଜା ସହ ବ୍ୟବସାୟ ,ପ୍ରଶାସନର ଚଢାଉ ବେଳେ ତଦସିଲଦାରଙ୍କୁ ଘେରିଲେ ଗ୍ରାମବାସୀ

ବ୍ରହ୍ମପୁର : କୋଭିଡ ଗାଇଡ ଲାଇନକୁ ଉଲ୍ଲଂଘନ କରି ଗଞ୍ଜାମର ଚୌଧୁରୀ ଟିକରପଡ଼ା ଗାଁରେ ହେଉଥିଲା ଗଣେଶ ପୂଜା ସହ ବ୍ୟବସାୟ । ଖବର ପାଇ ଜିଲ୍ଲା ପ୍ରଶାସନ ଚଢାଉ କରିଥିଲା। ଯାହାକୁ ବିରୋଧ କରିଥିଲେ ଗ୍ରାମବାସୀ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚଢାଉ ପାଇଁ ଗାଁକୁ ଆସିଥିବା ପୋଲିସ ଓ ପ୍ରଶାସନକୁ ଘେରିଯାଇଥିଲେ ସ୍ଥାନୀୟ ଲୋକେ । ପ୍ରଶାସନର ଗାଡିକୁ ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ଏପରିକି ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରଶାସନିକ କର୍ମଚାରୀଙ୍କୁ ଧସ୍ତାଧସ୍ତି କରାଯାଇଥିଲା ।

ଏପରିକି ପରିସ୍ଥିତି ଉତ୍ତୋଜନା ପୂର୍ଣ୍ଣ ହୋଇ ରହିବାରୁ ବାଧ୍ୟ ହୋଇ ପ୍ରଶାସନ ସିଲ କରିଥିବା ଦୁଇଟି ଦୋକାନକୁ ପୁଣି ଥରେ ଖୋଲିବା ପାଇଁ ବାଧ୍ୟ ହୋଇଥିଲେ । ଦିଗପହଣ୍ଡି ତହସିଲଦାର ଆହାତ କର୍ମଚାରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଏ ନେଇ ଆଜି(ରବିବାର) ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.