ବ୍ରହ୍ମପୁର: କୋରାନାକୁ ନେଇ ଜନସାଧାରଣଙ୍କୁ ସରକାରୀ ଏବଂ ବେସରକାରୀ ସ୍ତରରେ କରାଯାଉଛି ବ୍ୟାପକ ସଚେତନତା । ଆଉ ଏଭଳି ସମୟରେ ଜନତାଙ୍କୁ ନିଜର ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଚିତ୍ରକର ସଂଙ୍ଘ ।
![conveyed message](https://etvbharatimages.akamaized.net/etvbharat/prod-images/od-bam-lock-down-art-on-road-walk-through-7205524_31032020124842_3103f_1585639122_450.jpg)
ସହରର ପ୍ରମୁଖ ଛକରେ କୋରୋନାକୁ ନେଇ ସଚେତନତା କରିବା ପାଇଁ ରାସ୍ତାରେ ଲକଡାଉନ୍ ସହିତ ଘରେ ରହିବା ସହ ନିଜେ ସତର୍କ ରହିବାକୁ ଆହ୍ବାନ କରିଛନ୍ତି ସଂଙ୍ଘର ସଦସ୍ୟମାନେ । ଏପରିକି 'ଦେଶର ସୁରକ୍ଷା ସୈନିକଙ୍କ ହାତରେ ଏବଂ ନିଜର ସୁରକ୍ଷା ନିଜର ହାତେ' ବୋଲି ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ।
ଲକଡାଉନ ସମୟରେ ଏଭଳି ରାସ୍ତା ଉପରେ ଚିତ୍ର କରି ଆଗାମୀ ଦିନରେ ଏଭଳି ବାର୍ତ୍ତା ନେଇ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି । ରାଜ୍ୟ ସଂଙ୍ଘର ସମ୍ପାଦକଙ୍କ ନେତୃତ୍ବରେ ବ୍ରହ୍ମପୁରରେ ଚାଲିଥିବା ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ବ୍ରହ୍ମପୁର ସହରରେ ଏଭଳି ବାର୍ତ୍ତା ପ୍ରଦାନ କରୁଥିବା ଚିତ୍ରଶିଳ୍ପୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ