ETV Bharat / city

ଆସନ୍ତା ୧୬ରେ ଉପଭୋକ୍ତା ସଂଘର ଆନ୍ଦୋଳନ, ଗ୍ରାହକଙ୍କୁ ଟାଟା କମ୍ପାନୀର ଶୋଷଣ ଅଭିଯୋଗ - ଉପଭୋକ୍ତା ସଂଘ

ଟାଟା କମ୍ପାନୀର ବିଦ୍ୟୁତ୍ ଗ୍ରାହକ ଶୋଷଣ ବିରୋଧରେ ଆସନ୍ତା ୧୬ ଉପଭୋକ୍ତା ସଂଘର ଆନ୍ଦୋଳନ । ଅଧିକ ପଢନ୍ତୁ...

ଆସନ୍ତା ୧୬ରେ  ଟାଟା କମ୍ପାନୀ  ବିରୋଧରେ ଉପଭୋକ୍ତା  ସଂଘର ଆନ୍ଦୋଳନ

author img

By

Published : Sep 13, 2021, 12:54 PM IST

ବ୍ରହ୍ମପୁର: ଟାଟା କମ୍ପାନୀ ବିରୋଧରେ ଆସନ୍ତା ୧୬ରେ ଆନ୍ଦୋଳନ କରିବ ଉପଭୋକ୍ତା ସଂଘ । ଏନେଇ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ ଉପଭୋକ୍ତା ସଂଘର ସଭାପତି ଅଳିକିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି । ଟାଟା କମ୍ପାନୀର ବିଦ୍ୟୁତ୍ ଗ୍ରାହକଙ୍କୁ ଶୋଷଣ କରୁଛି । ରାଜ୍ୟ ସରକାର ଟାଟା ପାଓ୍ବାର ସଂସ୍ଥା ହାତରେ ସାଉଥରେ ୟୁଟିଲିଟ କୁ ୨୫ ବର୍ଷ ପାଇଁ ବିକ୍ରୀ କରି ଦେବା ପରେ ବିଦ୍ୟୁତ ସେବା ବ୍ୟାଘାତ ସୃଷ୍ଟି ହୋଇଛି । ଗୁଣାତ୍ମକ ବିଜୁଳି ଯୋଗାଣ ପରିବର୍ତ୍ତେ ଲୋ ଭୋଲଟେଜ , ଘନ ଘନ ବିଦ୍ୟୁତ କାଟ ଓ ମାସ ମାସ ଧରି ବିଦ୍ୟୁତ ବିଲ ଦିଆଯାଉ ନାହିଁ । ମନଇଚ୍ଛା ହଜାର ହଜାର ଟଙ୍କାର ମିଥ୍ୟା ବିଦ୍ୟୁତ ବିଲ୍ ମଧ୍ୟ ଦିଆଯାଉଛି । ଏଥି ସହ ଉପଭୋକ୍ତା ମାନଙ୍କର ଆପତ୍ତି ଅଭିଯୋଗ ଶୁଣାଣି ହେଉନାହିଁ ବରଂ ନାଲି ଆଖି ଦେଖାଇ ଧମକ ଦିଆଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଉପଭୋକ୍ତା ସଂଘ ।

ଆସନ୍ତା ୧୬ରେ ଟାଟା କମ୍ପାନୀ ବିରୋଧରେ ଉପଭୋକ୍ତା ସଂଘର ଆନ୍ଦୋଳନ

ତେବେ ରାଜ୍ୟ ସରକାର କାହା ସ୍ବାର୍ଥରେ ବିଦ୍ୟୁତ୍ ପରି ଏକ ଅତ୍ୟାବଶ୍ୟକ ସେବାକୁ ଟାଟା ହାତରେ ସମର୍ପି ଦେଲେ । କୋଭିଡ୍ ଭଳି ମହାମାରୀରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ୬ ମାସ ମଧ୍ୟରେ ୟୁନିଟ୍ ପିଛା ୨୦ ରୁ ୩୦ ପଇସା କରି ଶୁଳ୍କ ବୃଦ୍ଧି କରିବା ପଛରେ ଏକମାତ୍ର ଉଦ୍ଦେଶ୍ୟକୁ ସୁନିଶ୍ଚ କରିଛି ଟାଟା କମ୍ପାନୀ । ଓଡ଼ିଶା ଏକ ବଳକା ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ, ତଥାପି ଓଡ଼ିଶାର ବିଦ୍ୟୁତ ଶୁଳ୍କ ପୋଡଶୀ ଆନ୍ଧ୍ର, ଛତିଶଗଡ଼ ରାଜ୍ୟର ଶୁଳ୍କ ଠାରୁ ବେଶି । ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମାଗଣାରେ ବିଦ୍ୟୁତ ଦିଆଯାଇଛି । ତାମିଲନାଡୁରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ କିନ୍ତୁ ଓଡିଶାରେ ବାରମ୍ବାର ଶୁଳ୍କ ବୃଦ୍ଧି କରାଯାଉଛି ।

୧୫/୨୦ ବର୍ଷ ଧରି ଲଗାତର ଭାବେ ସ୍ବଳ୍ପ ମଜୁରୀରେ ୩୦୦୦ ରୁ ଉର୍ଦ୍ଧ୍ଵ ଆଉଟସୋର୍ସ ଶ୍ରମିକ ମାନଙ୍କ ସ୍ବାର୍ଥ ପ୍ରତି ରାଜ୍ୟ ସରକାର କୁଠାରଘାତ କରିବା ଯୋଗୁଁ ଟାଟା କମ୍ପାନୀ ସେମାନଙ୍କ ସ୍ବାର୍ଥ ପ୍ରତି କର୍ଣ୍ଣପାତ କରୁନାହିଁ। ଚୁକ୍ତିନାମା ଅନୁଯାୟୀ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଓଡିଶା ରାଜ୍ୟ ସରକାରଙ୍କ ଶତକଡ଼ା ୪୯ ଭାଗ ଅଂଶଧନ ରହୁଥିଲେ ସୁଦ୍ଧା ଟାଟା କମ୍ପାନୀ ଆଗରେ ଅସହାୟ ହୋଇ ବିଦ୍ୟୁତ ଉପଭୋକ୍ତା ଏବଂ ଶ୍ରମିକ କର୍ମଚାରୀଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଉପରୋକ୍ତା ସଂଘ ପକ୍ଷରୁ ଗ୍ରାହକ ଓ କର୍ମଚାରୀ ଶୋଷଣ କାର୍ଯ୍ୟ ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବା ସହ ୫ଦଫା ଦାବି ନେଇ ସେପ୍ଟେମ୍ବର ୧୬ ତାରିଖ ଦିନ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବ ଉପଭୋକ୍ତା ସଂଘ ।

ଏହି ଦାବି ଗୁଡିକ ହେଉଛି ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦେବା ସହିତ ଘନ ଘନ ବିଜୁଳି କାଟ ବନ୍ଦ କରିବା , ଲୋଭୋଲ୍ଟେଜ୍ ବନ୍ଦ କରିବା , ନିୟମିତ ବିଲ୍‌ ଦେବା ଏବଂ ମନଇଛା ଫାଇନ୍ ସଂଗ୍ରହ ବନ୍ଦ କରିବା, ବିପିଏଲ୍‌ ଓ ଗରୀବ ଲୋକଙ୍କୁ ମାଗଣାରେ ଦିଆଯାଇଥିବା ବିଦ୍ୟୁତ ସେବା ଚାଲୁ ରଖିବା ସହ ଅସ୍ଥାୟୀ କର୍ମଚାରୀଙ୍କୁ ଅତିଶୀଘ୍ର ସ୍ଥାୟୀ କରିବା ନେଇ ଦାବି ରଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.