ETV Bharat / city

ନବବର୍ଷରେ ନୂଆ ଭେଟି, ଆଜି ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନର ଉଦଘାଟନ

author img

By

Published : Jan 4, 2021, 11:37 AM IST

ନବବର୍ଷରେ ବ୍ରହ୍ମପୁରବାସୀଙ୍କୁ ଭେଟି। ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଏହାକୁ ସୋମବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ ...

ନବବର୍ଷରେ ନୂଆ ଭେଟି
ନବବର୍ଷରେ ନୂଆ ଭେଟି

ବ୍ରହ୍ମପୁର: ନବବର୍ଷରେ ବ୍ରହ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ବହୁ ପ୍ରତୀକ୍ଷିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ପୋଖରୀର ଉନ୍ନତିକରଣ କାର୍ଯ୍ୟ ସରିଥିବାବେଳେ ଏହାକୁ ଆଜି ଭିସି ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବବର୍ଷରେ ନୂଆ ଭେଟି

ପୋଖରୀର ଉନ୍ନତିକରଣ ପାଇଁ 12 କୋଟି 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଠାରେ ଦର୍ଶକଙ୍କ ପାଇଁ ରାତ୍ର ସମୟରେ ଆକର୍ଷଣୀୟ ଚିତାକର୍ଷକ ଆଲୋକମାଳା ସାଙ୍ଗକୁ ୱାର୍ଟର ଫାଉଣ୍ଟେନ୍‌ର ମଜ୍ଜା ନେବାର ବ୍ୟବସ୍ଥା ହୋଇଛି ।

ମୋଟ 8.15 ଏକର ବିଶିଷ୍ଟ ରାମଲିଙ୍ଗମ୍ ପୋଖରୀର 1500 ବର୍ଗକ୍ଷେତ୍ରରେ ରହିଛି ଫୁଲ ବଗିଚା, ଛଅଟି ୱାର୍ଚ ଟାୱାର, ୱାର୍ଡର ଫାଉଣ୍ଟେନ୍ ଓ ଛୋଟ ସପିଙ୍ଗ୍ କମ୍ପ୍ଲେକ୍ସ । ସେହିପରି ପୋଖରୀର ଚତୁଃପାର୍ଶ୍ବରେ ଚାଲିବା ପାଇଁ 620 ମିଟର ଦୈର୍ଘ୍ୟ ବିଶିଷ୍ଟ ପାଦଚଲା ରାସ୍ତା ରହିଛି । ଯାହା ଲୋକଙ୍କୁ ଆକୃଷ୍ଟ କରିବ ବୋଲି କୁହାଯାଉଛି ।

ସେହିପରି ଏହି ରାମଲିଙ୍ଗମ ପୋଖରୀର ମଧ୍ୟ ଭାଗରେ 32 ପୁଟ 6 ଇଞ୍ଚ ଉଚ୍ଚତା ବିଶିଷ୍ଟ ରାମଲିଙ୍ଗେଶ୍ବର ଶୈବମୂର୍ତ୍ତୀ ନିର୍ମାଣ ହୋଇଛି । ଏହାସହ ଏଠାକୁ ଆସୁଥିବା ଦର୍ଶକ ବୋଟିଙ୍ଗ୍ ସୁବିଧା ପାଇବା ସହ ରାତ୍ର ସମୟରେ ଚିତାକର୍ଷକ ଆଲୋକମାଳାର ମଜ୍ଜା ମଧ୍ୟ ନେଇପାରିବେ ।

ତେବେ ଗତ କିଛି ବର୍ଷ ଧରି ନିର୍ମାଣ ଚାଲିଥିବା ରାମଲିଙ୍ଗମ୍ ପୋଖରୀର ଉନ୍ନତିକରଣ କାର୍ଯ୍ୟ ଶେଷ ପରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ନାମରେ ନାମିତ କରାଯାଇଛି । ଯାହାର ଉଦଘାଟନ ପରେ ରେଶମ ସହରର ଏହା ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.