ETV Bharat / city

ଖସିଲା MKCG ମେଡିକାଲର ସିଲିଂ, ଧାରଣାରେ ବିଜେପି କର୍ମକର୍ତ୍ତା - ସୁପର ସ୍ପେଶାଲିଟି କୋଠାରେ ଖସିଲା ସିଲିଂ

ଏମକେସିଜି (MKCG) ସୁପର ସ୍ପେଶାଲିଟି କୋଠାରେ ଖସିଲା ସିଲିଂ । ବୁଧବାର ଘଟିଛି ଏହି ଅଘଟଣ । ଏହାକୁ ପ୍ରତିବାଦ କରି ଧାରଣାରେ ବସିଲେ ବିଜେପି କର୍ମକର୍ତ୍ତା । ଅଧିକ ପଢନ୍ତୁ

ଖସିଲା MKCG ମେଡିକାଲର ସିଲିଂ
ଖସିଲା MKCG ମେଡିକାଲର ସିଲିଂ
author img

By

Published : Sep 9, 2022, 9:59 AM IST

ବ୍ରହ୍ମପୁର: ଏମକେସିଜି ହସ୍ପିଟାଲରେ(MKCG Hospital) ଅଘଟଣ । ସୁପର ସ୍ପେଶାଲିଟି କୋଠାରେ ଖସିଲା ସିଲିଂ । ଏହାକୁ ପ୍ରତିବାଦ କରି ଧାରଣାରେ ବସିଲେ ବିଜେପି କର୍ମକର୍ତ୍ତା । ମେଡିକାଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ଦୃଷ୍ଟି ଦେବାକୁ ଦାବି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ: ବ୍ରହ୍ମପୁର MKCG ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ଓ୍ୱାର୍ଡରେ ଅଗ୍ନିକାଣ୍ଡ

ଖସିଲା MKCG ମେଡିକାଲର ସିଲିଂ,

ସୂଚନାଅନୁସାରେ, ଗୁରୁବାର ଅପରାହ୍ନରେ ଏମ୍.କେ.ସି.ଜି ମେଡିକାଲର ସୁପର ସ୍ପେଶାଲିଟି କୋଠାରେ ସିଲିଂ ଖସିଥିଲା । ସୁପର ସ୍ପେସିଆଲଟି କୋଠାରେ ଅଗ୍ନିକାଣ୍ଡ ପରେ ଚର୍ଚ୍ଚାରେ ରହିଥିବା MKCG ମେଡିକାଲରେ ପୁଣି ପଞ୍ଚମ ମହଲାର କୋଠାରେ ଏଭଳି ସିଲିଂ ଖସିପଡିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ବିଜେପି ଦଳର କର୍ମକର୍ତ୍ତା ମାନେ ମେଡିକାଲର ସୁପର ସ୍ପେସାଲିଟି କୋଠା ସମୁଖରେ ଧାରଣାରେ ବସି ରହି ମେଡିକାଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଗୁରୁତ୍ୱ ସହ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଏହାସହ ଏଭଳି ଘଟଣା ବାରମ୍ୱାର ଘଟୁଥିବା ଯୋଗୁଁ ଏହାକୁ ନେଇ ଅନେକ ଭୟଭୀତ ହେଉଥିବାରୁ ଏହାର ତୁରନ୍ତ ପ୍ରତିକାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କର୍ମଚାରୀମାନେ ପହଞ୍ଚି ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ବିଜେପିର ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବିଜେପି ନେତା ରାମ କୁମାର ପାତ୍ର କହିଛନ୍ତି ଯେ, " ଏହି ହସ୍ପିଟାଲରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ବେଳେ ଏବେ ସିଲିଂ ଖସିଛି । ଯଦି ଏହି ସମୟରେ କୌଣସି ରୋଗୀ ରହିଥାନ୍ତ ତାହେଲେ କେତେବଡ ଅଘଟଣ ହୋଇଥାନ୍ତା । ଏହା ବିରୋଧରେ ତଦନ୍ତ କରାଯାଉନାହିଁ । ବରାମ୍ବାର ଖବର ପ୍ରସାରଣ ହେବାପରେ ମଧ୍ୟ ସରକାରଙ୍କ ଚେତା ପଶୁନାହିଁ । ସରକାର ତିଳେ ମାତ୍ର ନିଘା ନାହିଁ । ଏଠାରେ ରୋଗୀ ସୁରକ୍ଷିତ ନାହାନ୍ତି । ହୋଇଥିବା ଦୁର୍ନିତିର ତଦନ୍ତ କରାଯାଉ ।"

ଗତ ଅଗଷ୍ଟ ୨୬ ତାରିଖ ଦିନ ସୁପର ସ୍ପେଶାଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଥିଲାଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଧୂଆଁ ଦେଖିବା ପରେ ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.