ETV Bharat / city

ଗଞ୍ଜାମରେ ଜଘନ୍ୟକାଣ୍ଡ, ବିବାହ ପ୍ରତିଶୃତି ଦେଇ ପ୍ରେମିକାକୁ ଜାଳିଦେଲା ପ୍ରେମିକ - acid attack on gf

ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ନିଆଁରେ ଜାଳି ମାରିଲା ପ୍ରେମିକ । ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଜଘନ୍ୟ କାଣ୍ଡ, ବିବାହ ପ୍ରତିଶୃତି ଦେଇ ପ୍ରେମିକାକୁ ଜାଳିଦେଲା ପ୍ରେମିକ

author img

By

Published : Jul 27, 2021, 10:56 PM IST

Updated : Jul 28, 2021, 6:53 AM IST

ବ୍ରହ୍ମପୁର: ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ନିଆଁରେ ଜାଳିଦେଲା ପ୍ରେମିକ । ଗ୍ରାମର ଏକ ନିଛାଟିଆ ସ୍ଥାନକୁ ଡାକି ସ୍ଫିରିଟ୍ ପକାଇ ନିଆଁ ଲଗାଇ ଜାଳିଦେଲା ପ୍ରେମିକ ।ଏଭଳି ଏକ ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମରେ ।

ଘଟଣା ଅନୁସାରେ ଉକ୍ତ ଗ୍ରାମର ଗୌଡ ସାହିର କୃଷ୍ଣ ଚନ୍ଦ୍ର ସାହୁ ଜିଲ୍ଲାର ବୁଗୁଡ଼ା ଥାନା କଲମ୍ବ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ମଙ୍ଗଳବାର ଗ୍ରାମର ଏକ ନିଛାଟିଆ ସ୍ଥାନକୁ ଡାକି ନେବା ପରେ ସେଠାରେ ସେ ଆଉ ବାହା ହେବ ନାହିଁ ବୋଲି କହିବା ସହ ଯୁକ୍ତତର୍କ କରିବା ପରେ ପ୍ରେମିକ ଜଣଙ୍କ ପୂର୍ବରୁ ନେଇ ରଖିଥିବା ସ୍ପିରିଟ୍ ବୋତଲକୁ ଯୁବତୀଙ୍କ ଉପରେ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଛି ।

ନିଆଁ ଲାଗି ଯୁବତୀଙ୍କ ଶରୀର ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ ନିଆଁ ଏବଂ ଧୂଆଁକୁ ଦେଖି ସ୍ଥାନୀୟ ଲୋକେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜିକୁ ପଠାଯାଇଛନ୍ତି । ସେପଟେ ଘଟଣା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଗୁରୁତର ଯୁବତୀ ଜଣଙ୍କ ଘଟଣା ପରେ କିପରି ଘଟିଥିଲା ପ୍ରକାଶ କରିଛନ୍ତି । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 28, 2021, 6:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.