ETV Bharat / city

କାଠରେ କମାଲ, ବିଶ୍ବର କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ତିଆରି କଲେ ବ୍ରହ୍ମପୁର ଯୁବଶିଳ୍ପୀ - wooden idol of durga

ବ୍ରହ୍ମପୁର ଯୁବଶିଳ୍ପୀଙ୍କ କମାଲ । ବିଶ୍ବର ସବୁଠୁ କ୍ଷୁଦ୍ରତମ ମୂର୍ତ୍ତି ନିର୍ମାଣର ନିଜ ରେକର୍ଡ ଭାଙ୍ଗି ଦୁର୍ଗାଙ୍କ ଅତି କ୍ଷୁଦ୍ର ମୂର୍ତ୍ତି ତିଆରି କଲେ ଯୁବଶିଳ୍ପୀ । Exclusive World records ମିଳିଲା ସ୍ଥାନ । ଅଧିକ ପଢନ୍ତୁ...

ବିଶ୍ବର କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ପ୍ରସ୍ତୁତ କଲେ ବ୍ରହ୍ମପୁର ଯୁବଶିଳ୍ପୀ

author img

By

Published : Oct 14, 2021, 7:45 AM IST

ବ୍ରହ୍ମପୁର: କାଠରେ କ୍ଷୁଦ୍ର କାରୁକାର୍ଯ୍ୟ । ବିଶ୍ବର କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ଦିଲ୍ଲୀପ ମହାରଣା । ଦଶହରା ଅବସରରେ ଦିଲ୍ଲୀପ ତିଆରି କରିଥିବା ଏହି ଛୋଟ ମୂର୍ତ୍ତି Exclusive World recordsରେ ସ୍ଥାନ ପାଇଛି । ପୂର୍ବରୁ ଏକ ଇଞ୍ଚର ଦୁର୍ଗାମୂର୍ତ୍ତି ତିଆରି ରେକର୍ଡ ତାଙ୍କ ନାଁରେ ଥିବାବେଳେ ସେ ନିଜ ରେକର୍ଡ ଭାଙ୍ଗି ପୁଣି ଅଧା ଇଞ୍ଚ(0.5ଇଞ୍ଚ) ମୂର୍ତ୍ତି ତିଆରି କରିଛନ୍ତି । ଯାହା ମାତ୍ର 1.58 ଗ୍ରାମ ଓଜନ ବିଶିଷ୍ଟ ଅଟେ ।

ବିଶ୍ବର କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ପ୍ରସ୍ତୁତ କଲେ ବ୍ରହ୍ମପୁର ଯୁବଶିଳ୍ପୀ
ବିଶ୍ବର କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ପ୍ରସ୍ତୁତ କଲେ ବ୍ରହ୍ମପୁର ଯୁବଶିଳ୍ପୀ

ଏହି କ୍ଷୁଦ୍ର ଆକାର ବିଶିଷ୍ଟ ଜଗତଜନନୀ ମା' ଦଶଭୁଜା ସିଂହ ଉପରେ ବିରାଜିତ ହୋଇ ମହିଷାସୁରକୁ ବଦ୍ଧ କରୁଥିବାର ଦେଖାଯାଇଛି । ମା'ଙ୍କ ଏଭଳି କମନୀୟ ବିଗ୍ରହ ତିଆରି କରି Exclusive World records ସାମିଲ ହେବା ପରେ ପୁଣି ଥରେ ବ୍ରହ୍ମପୁର ପାଇଁ ଗର୍ବ ଗୌରବ ଆଣିଛନ୍ତି ଦିଲ୍ଲୀପ ।

ଗତ ବର୍ଷ ଦିଲ୍ଲୀପ ବିଶ୍ବର କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ଯାହାର ଉଚ୍ଚତା କେବଳ ଏକ ଇଞ୍ଚ ଥିଲା, ତାକୁ ନିର୍ମାଣ କରି ନିଜର ନାମକୁ 'ଇଣ୍ଡିଆ ବୁକ ଅଫ ରେକର୍ଡ' ଏବଂ 'ଏସିଆ ବୁକ ଅଫ ରେକର୍ଡ' ସହ 'ଗ୍ରାଣ୍ଡ ମାଷ୍ଟର' ପଦବୀ ପାଇଥିଲେ । ବର୍ତ୍ତମାନ ମହାମାରୀ କେଉଁଠି ନା କେଉଁଠି ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଅଦୃଶ୍ୟ ପାଚେରୀ ଭଳି ଛିଡା ହୋଇଥିବାବେଳେ ଶୀଘ୍ର କୋଭିଡ ଦୂରେଇ ଯାଉ ଏବଂ ସମସ୍ତେ ପୁଣି ଖୁସିରେ ରୁହନ୍ତୁ ବୋଲି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଦିଲ୍ଲୀପ ଏଭଳି ଏକ ବିରଳ କୀର୍ତ୍ତିକୁ ସୃଷ୍ଟି କରିଥିବା ମତ ଦେଇଛନ୍ତି ।

ଦିଲ୍ଲୀପଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜଙ୍କ ସମେତ ପରିବାରବର୍ଗ ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରୁଥିବା କହିଛନ୍ତି । ଦିଲ୍ଲୀପଙ୍କ ଏହି ନୂତନ ମୂର୍ତ୍ତିର ଉଚ୍ଚତା 0.5 ଇଞ୍ଚ ହୋଇଥିବା ବେଳେ ଲମ୍ବ 1 ଇଞ୍ଚ, ମୋଟେଇ 3/4 ଇଞ୍ଚ ଏବଂ ଓଜନ ମାତ୍ର1.58 ଗ୍ରାମ ରହିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.