ବ୍ରହ୍ମପୁର: କୋଭିଡ କେୟାର ସେଣ୍ଟର ପରିସରର ସ୍ଥିତି ଅନୁଧ୍ୟାନ କଲେ ବ୍ରହ୍ମପୁର ମହାନଗର ନିଗମ କମିଶନର । ଜିଲ୍ଲାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲ ସ୍ଥିତି ବୁଲି ଦେଖିଛନ୍ତି କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦୋର ।
ତେବେ କୋଭିଡ କେୟାର ହେଲଥ୍ ସେଣ୍ଟରରେ କିପରି ଚିକିତ୍ସା ଜାରି ରହିଛି, ଖାଦ୍ୟ କିପରି ଯୋଗାଯାଉଛି, ପରିସରରେ ସଫେଇ ବ୍ୟବସ୍ଥା କିପରି ରହିଛି ତାହାକୁ ନେଇ ନିଜେ ପିପିଇ କିଟ୍ ପରିଧାନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ କମିଶନର ମିନାକ୍ଷୀନଗର ଠାରେ ଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଥିବା ଜଣାପଡିଛି । ଏହି ସମୟରେ କମିଶନରଙ୍କ ସହ ଡେପୁଟି କମିଶନର ମଧ୍ୟ ଡାକ୍ତରଖାନା କର୍ମଚାରୀଙ୍କୁ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ