ETV Bharat / city

ଗଣଦୁଷ୍କର୍ମ ମାମଲା: 4 ଅଭିଯୁକ୍ତଙ୍କୁ 25ବର୍ଷ ଜେଲ

ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ପୋକ୍ସ କୋର୍ଟ ସମସ୍ତ 4 ଜଣ ଅଭିଯୁକ୍ତଙ୍କୁ 25 ବର୍ଷ ଜେଲ ଦଣ୍ଡାଦେଶ ସହ 50 ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Mar 27, 2019, 10:40 AM IST

ବ୍ରହ୍ମପୁର: 2016 ମସିହାରେ ସହରରେ ଘଟିଥିବା ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ସ୍ଥାନୀୟ ପୋକ୍ସ କୋର୍ଟ ମାମଲାର ବିଚାର କରି ମୁଖ୍ୟ 4 ଅଭିଯୁକ୍ତକୁ କୋର୍ଟ 25 ବର୍ଷ ଜେଲ ଦଣ୍ଡାଦେଶ ସହ 50 ହଜାର ଲେଖାଏଁ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସହ ଅଭିଯୁକ୍ତମାନେ ଜୋରିମାନା ଅର୍ଥ ନ ଦେଲେ ଜେଲ ଦଣ୍ଡାଦେଶ ଆଉ ଏକ ବର୍ଷକୁ ବୃଦ୍ଧି କରିବାକୁ ଆଦେଶ ଦେଇଛନ୍ତି । ଏହି ମାମଲାରେ କୋର୍ଟ 13 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ଗତ 2016 ମାର୍ଚ୍ଚ 13 ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏକ ନାବାଳିକାକୁ 4 ଜଣ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ପୋଲିସ 4 ଜଣ ଅଭିଯୁକ୍ତ ଯଥା, ସତ୍ୟପାତ୍ର, ଦେନା ବାହାଦୁର, ମନୋଜ କୁମାର ଜେନା ଓ ସିଲୁ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Slug,,, sambit patra at Puri , pkg , Puri , 25.3.19

Anchor,, ପୁରୀ ର ଲୋକୋ ସଭା ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ସୋମବାର ସନ୍ଧ୍ୟାରେ ସମ୍ବିତ ପାତ୍ର ପୁରୀ ରେ ଆସି ପହଂଚି  ଥିଲେ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବିଜେପି ର ସଫଳତା ନେଇ ଠାକୁର ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତେବେ ଜଗନ୍ନାଥଙ୍କ ଆଶୀର୍ବାଦ ଓ ନରେନ୍ଦ୍ର ମୋଦି ସ୍ୱଚ୍ଛ ଶାସନ ତଥା  ନୀତି ଆଦର୍ଶ ପାଇଁ ଏଥର ଓଡିଶା ତଥା କେନ୍ଦ୍ର ରେ ବିଜେପି ବିପୁଳ ସଫଳତା ପାଇବ ବୋଲି ସେ କହିଛନ୍ତି। ତେବେ ଆଜି ପୁରୀ ଆସିଥିବା ସମ୍ବିତ ଙ୍କୁ ବିଜେପି କର୍ମୀ ମାନେ ଏକ ବିରାଟ ରାଲି କରି ପୁରୀ ସହର କୁ ସ୍ୱଗତ କରିଛନ୍ତି। ଏଥର ସମ୍ବିତ ଙ୍କ ନେତୃତ୍ୱରେ ପୁରୀ ରେ ବିଜେପି ବିପୁଳ ସଫଳତା ପାଇବ ବୋଲୀ ଯୁବ ନେତା କହିଛନ୍ତି।

Vo1,, ପୁରୀ ଲୋକୋ ସଭା ପ୍ରାର୍ଥୀ ଭାବେ ବିଜେପିର ସମ୍ବିତ ପାତ୍ର ଦଳ ତରଫରୁ ମନୋ ନିତ  ହୋଇ ଛନ୍ତି। ତେବେ ସୋମବାର ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ଚଳିତ ନିର୍ବାଚନ ରେ ପରିବର୍ତ୍ତନ ହେବ ଓ ବିଜେପି ପୁରୀ ରେ ଜିତା ପଟ ହାସଲ କରିବ ବୋଲୀ ସମ୍ବିତ ପାତ୍ର କହିଛନ୍ତି। ଏଥି ସହିତ ପ୍ରଭୂ ଜଗନ୍ନାଥ ଙ୍କ ଆଶୀର୍ବାଦ ବିଜେପି ଉପରେ ରହିଛି । ଦଳ ନିର୍ବାଚନ ରେ ଜିତି ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବେ ବୋଲୀ ସମ୍ବିତ କହିଛନ୍ତି। ଏଥି ସହିତ ପୁରୀ ସହର ଯେଭଳି ବିକାଶ କ୍ଷେତ୍ରରେ ଆଗେଇ ପାରି ନାହିଁ ବିଜେପି ସରକାର ଆସିଲେ ପୁରୀ କୁ ବିଶ୍ୱ ସ୍ତରୀୟ ସହର ନେଇ ଗଢି ତୋଳା ଯିବ ବୋଲି ସମ୍ବିତ ପାତ୍ର କହିଛନ୍ତି। ଏଥି ସହିତ ପୁରୀ ସହରରେ ଯେଭଳି ଶାସକ ଦଳ କର୍ମୀ ଗୁଣ୍ଡାରଜ ସହିତ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଅଛନ୍ତି ତାକୁ ନେଇ ଦଳ ନିର୍ବାଚନ ରେ ଲୋକ ଙ୍କ ନିକଟରେ ପହଞ୍ଚିବ। ପୁରୀ ସହର ର ବିକାଶ ପ୍ରସଂଗ ଏଥର ମୁଖ୍ୟ ନିର୍ବାଚନ ମୁଦା ହେବ ବୋଲି ବିଜେପି ର ପୁରୀ ଲୋକୋ ସଭା ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି। 

ବାଇଟ ,, 1,, ସମ୍ବିତ ପାତ୍ର ,, ପୁରୀ ବିଜେପି ଲୋକୋ ସଭା ପ୍ରାର୍ଥୀ 

Vo2,, ତେବେ ପୁରୀ ପହଁଚିବା ପୂର୍ବରୁ ବିର ହରେକୃଷ୍ଣ ପୁର ଛକ ରେ ଅଟକି ସମ୍ବିତ ପାତ୍ର ଜୟୀ ରାଜ ଗୁରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ଏକ ବିରାଟ ବାଇକ ରାଳିରେ ପୁରୀ ସହରରେ ପ୍ରଵେଶ କରିଥିଲେ। ବଡ଼ ଦାଣ୍ଡ ରେ ଚାଲି ଚାଲି ଶ୍ରୀମନ୍ଦିରରେ ରେ ପହଂଚି ମହାପ୍ରଭୁଙ୍କ ଦର୍ଶନ ସହ ନିର୍ବାଚନ ରେ ବିଜେପି ର ସଫଳତା ନେଇ ଠାକୁର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତେବେ ସମ୍ବିତ ପାତ୍ର ଙ୍କୁ ପୁରୀ ବିଜେପି ର ଯୁବ ନେତା ଭବାନୀ ଦାସ ମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ ଯୁବ ବିଜେପି କର୍ମୀ ପୁରୀ ଶ୍ରୀମନ୍ଦିର କୁ ପାଛୋଟି ଆଣିଥିଲେ।  ଏଥର ସମ୍ବିତ ଙ୍କ ନେତୃତ୍ୱରେ ବିଜେଡି ଧରାଶାୟୀ ହେବ ବୋଲୀ ଯୁବ ବିଜେପି ନେତା କହିଛନ୍ତି

ବାଇଟି ,2, ଭବାନୀ ଦାସ ମହାପାତ୍ର,, ବିଜେପି ନେତା

Fvo,, ସମ୍ବିତ ପାତ୍ର ପୁରୀ ଲୋକ ସଭା ପ୍ରାର୍ଥୀ ହେବା ପରେ ବିଜେପି ଶିବିର ଚଳଚଂଚଳ ହୋଇ ପଡିଛି। ତେବେ ଆଗାମୀ ଦିନରେ ବିଜେପି ପୁରୀ ଲୋକ ସଭା ରେ କେତେ ସଫଳ ହେଉଛି ତାକୁ ଏବେ ଅପେକ୍ଷା।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଏହି pkg ର ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.