ବ୍ରହ୍ମପୁର: ଅଦ୍ଭୂତ କଳାକୃତି । ଅଦକାରୀରୁ ସୃଷ୍ଟି ନୂଆ କୀର୍ତ୍ତିମାନ । ଆବଶ୍ୟକତା ନାହିଁ ବୋଲି ଫିଙ୍ଗି ଦିଆଯାଇଥିଲା । ହେଲେ ବିଚକ୍ଷଣ ବୁଦ୍ଧିରେ ବଳରେ ପୁଣି ସୃଷ୍ଟି ପାରିଛି ସୁନ୍ଦର ପ୍ରତିମୂର୍ତ୍ତି । ଅଦକାରୀ ପ୍ଲାଷ୍ଟିକ ଓ ଲୁହା ସ୍କ୍ରାପରେ ତିଆରି ହୋଇଛି ପ୍ରେଡ୍ଏକ୍ଟର, ବିରାଟକାୟ ମାଛ, ଜିରାଫ ଭଳି ସୌନ୍ଦର୍ଯ୍ୟକରଣ ସାମଗ୍ରୀ । ଆଉ ଏବେ ଚାଲିଛି 70 ଫୁଟ ଉଚ୍ଚତା ବିଶିଷ୍ଟ ଗିଟାର ନିର୍ମାଣ । ଏପରି ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାମିଲ କେନ୍ଦ୍ରର ବିଦ୍ୟାର୍ଥୀ ।
ଦୀର୍ଘ ତିନି ମାସରୁ ଅଧିକ ସମୟ ଏହି ପ୍ରୋଜେକ୍ଟକୁ ସଫଳ ରୂପାୟନ ଦେଉଛନ୍ତି ଛାତ୍ର । ବାତ୍ୟା ଫୋନିରେ ଅଲୋଡା ପାଲଟିଥିବା ଲୁହା ସ୍କ୍ରାପକୁ ନେଇ ପ୍ରସ୍ତୁତ ହେଉଛି ଏହି ଗିଟାର । 5ଟି ବିଭାଗର ଶତାଧିକ ଛାତ୍ର ଏଥିରେ ଅଛନ୍ତି ସାମିଲ । ଟାର୍ଗେଟରେ ଗିନିଜ ବୁକ ଅଫ ରେକର୍ଡ । ଅନୁଷ୍ଠାନର ଲକ୍ଷ୍ୟ ଓପନ ମ୍ୟୁଜିୟମ । ବିଦ୍ୟାର୍ଥୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଅଦରକାରୀ ପଦାର୍ଥରୁ ଶ୍ରେଷ୍ଠ ପଦାର୍ଥ । ଅଳିଆରୁ ବ୍ୟବହାର ଉପଯୋଗୀ । ଏପରି କରି ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଆଇଟିଆଇ ଛାତ୍ର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ