ETV Bharat / city

ମହାମାରୀ ଦେଲା ସୁଯୋଗ: ସ୍ବପ୍ନ ସାକାର କଲେ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ

ପିଲାଟି ଦିନରୁ ଚିତ୍ରକଳା ପ୍ରତି ରହିଥିଲା ଅନେକ ଆଗ୍ରହ । ହେଲେ ପାଠପଢାର ବ୍ୟସ୍ତତା ମଧ୍ୟରେ କଳାକୁ ସମୟ ଦେଇପାରୁ ନ ଥିଲେ । କୋରୋନା ସମୟରେ ସମୟ ଅପଚୟ ନ କରି ଭିନ୍ନ ଏକ ଶୈଳୀରେ ଚିତ୍ର ଅଙ୍କନ କରି ନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ...

ମହାମାରୀ ଦେଲା ସୁଯୋଗ: ସ୍ବପ୍ନ ସାକାର କଲେ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ
ମହାମାରୀ ଦେଲା ସୁଯୋଗ: ସ୍ବପ୍ନ ସାକାର କଲେ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ
author img

By

Published : Nov 3, 2021, 2:19 PM IST

ବ୍ରହ୍ମପୁର: ପିଲାଟି ଦିନରୁ ଚିତ୍ରକଳା ପ୍ରତି ରହିଥିଲା ଅନେକ ଆଗ୍ରହ । ହେଲେ ପାଠପଢାର ବ୍ୟସ୍ତତା ମଧ୍ୟରେ କଳାକୁ ସମୟ ଦେଇପାରୁ ନ ଥିଲେ । ଏଭଳି ସମୟରେ କୋଭିଡ ମହାମାରୀ ସୃଷ୍ଟି କଲା ସୁଯୋଗ । ଲକଡାଉନ ସମୟରେ ଘରେ ରହି ଭିନ୍ନ ଏକ ଶୈଳୀରେ ଚିତ୍ର କରି ନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ପାରିଛନ୍ତି ବ୍ରହ୍ମପୁରର ମନୀଷା ପଣ୍ଡା ।

ମହାମାରୀ ଦେଲା ସୁଯୋଗ: ସ୍ବପ୍ନ ସାକାର କଲେ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ

ବ୍ରହ୍ମପୁର ସହର ଆମ୍ବପୁଆ ମାରୁତିନଗର ଅଞ୍ଚଳର ନୀଳମାଧବ ପଣ୍ଡା ଏବଂ ନକ୍ଷତ୍ରମାଳା ପଣ୍ଡାଙ୍କ ଝିଅ ମନୀଷା ପଣ୍ଡା । ସେ ମହାମାୟୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢନ୍ତି । ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ବେଶ୍ ଆଗ୍ରହ ଥିଲା । ହେଲେ ପଢା ବ୍ୟସ୍ତତା ମଧ୍ୟରେ ସେଥିରେ ମନ ନିବେଶ କରିପାରୁନଥିଲେ । ମହାମାରୀ ସମୟର ଲକଡାଉନ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କଲା । ଘରେ ରହି ମନୀଷା କେବଳ ଚିତ୍ର ନୁହେଁ ଭିନ୍ନ ଏକ ଢଙ୍ଗରେ ଚିତ୍ର କରିବାକୁ ମନସ୍ଥ କଲେ । ଆଉ ଏହାପରେ ଅବ୍ୟହୃତ କାଗଜ, ପେପର ସ୍କଟ, ସିଡି ଇତ୍ୟାଦି ବର୍ଜ୍ୟବସ୍ତୁକୁ ନେଇ ଚିତ୍ର ତିଆରି କରିବାକୁ ଆରମ୍ଭ କଲେ । ରଥଯାତ୍ରା ସମୟରେ ଟିଭି ଦେଖି ସୁନ୍ଦର ଜଗନ୍ନାଥ ପ୍ରତିମୂର୍ତ୍ତି ଆଙ୍କିଥିଲେ । ଏହାପରେ ମଣିକର୍ଣ୍ଣିକା ଆର୍ଟ ଗ୍ୟାଲେରୀ ନାମକ ଏକ ସଂସ୍ଥା ତାଙ୍କୁ ଦେଲା ଆଉ ଏକ ସୁଯୋଗ ।

ଏହି ଆର୍ଟ ଗ୍ୟାଲେରୀ ପ୍ରସ୍ତୁତ କରିଥିବା କାର୍ଯ୍ୟକ୍ରମରେ ଚିତ୍ର ଆଙ୍କି ମନୀଷା ନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାରିଛନ୍ତି । ବର୍ତ୍ତମାନ ମନୀଷା ପେନସିଲ୍ ଆର୍ଟ, କ୍ରାଫ୍ଟ, ସିନେରୀ, ପଟ୍ଟଚିତ୍ର ଭଳି ଅନେକ ଚିତ୍ରାଙ୍କନ କରି ସୁନାମ ଅର୍ଜନ କରିଛନ୍ତି । ଏଥିପାଇଁ ମନୀଷା ଏବଂ ତାଙ୍କ ପରିବାର ଲୋକେ ମଣିକର୍ଣ୍ଣିକା ଆର୍ଟ ଗ୍ୟାଲେରୀକୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ମନୀଷା ଆହୁରି ଅନେକ ରେକର୍ଡ କରିବାକୁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

ସତରେ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ସ୍ବପ୍ନକୁ ଭାଙ୍ଗି ପାରିବ ନାହିଁ । ମନୀଷା ଏହିପରି ଉଦ୍ୟମ ଜାରି ରଖିବା ସହ ସ୍ବପ୍ନକୁ ସାକାର କରିପାରନ୍ତୁ ବୋଲି ସମସ୍ତଙ୍କ ଆଶା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.