ETV Bharat / city

MahaShivaratri: ବିଶ୍ବର କ୍ଷୁଦ୍ରତମ ମୂର୍ତ୍ତିରେ ଶିବରାତ୍ରି ଶୁଭେଚ୍ଛା, ବାଲୁକା କଳାରେ ବିଶ୍ବଶାନ୍ତି ବାର୍ତ୍ତା - ପବିତ୍ର ମହାଶିବରାତ୍ରୀ ଅବସରରେ ଅନନ୍ୟ କଳାକୃତି

ପବିତ୍ର ମହାଶିବରାତ୍ରୀ ଅବସରରେ ବ୍ରହ୍ମପୁରରେ ୨ ଯୁବଶିଳ୍ପୀ ନିଜ ପ୍ରତିଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ଅଧିକ ପଢନ୍ତୁ

MahaShivaratri: ବ୍ରହ୍ମପୁରରେ ବାଲୁକା କଳାରେ ଯୁବ ଶିଳ୍ପୀଙ୍କ ଶୁଭେଚ୍ଛା

author img

By

Published : Mar 1, 2022, 1:51 PM IST

ବ୍ରହ୍ମପୁର: ଆଜି(ମଙ୍ଗଳବାର) ହେଉଛି ପବିତ୍ର ମହା ଶିବରାତ୍ରୀ । ଏହି ଅବସରରେ ଯୁବ ଶିଳ୍ପୀମାନେ ନିଜ କଳାର ପ୍ରଦର୍ଶନ କରି ମହାଦେବଙ୍କୁ କରିଛନ୍ତି ଆରାଧନା । ଗଞ୍ଜାମ ଜିଲ୍ଲାର ରେଶମ ସହର ବ୍ରହ୍ମପୁରରେ ୨ ଯୁବ ଶିଳ୍ପୀ ବାଲୁକା କଳା ଓ ବିଶ୍ବର ସର୍ବକ୍ଷୁଦ୍ର ଶିବଲିଙ୍ଗ ଓ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାସହ ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା କଳାରେ ଦେଇଛନ୍ତି ବାର୍ତ୍ତା ।

ବିଶ୍ବର କ୍ଷୁଦ୍ରତମ ମୂର୍ତ୍ତିରେ ଶିବରାତ୍ରି ଶୁଭେଚ୍ଛା, ବାଲୁକା କଳାରେ ବିଶ୍ବଶାନ୍ତି ବାର୍ତ୍ତା

ବ୍ରହ୍ମପୁରର ଦୁଇ ଯୁବ ଶିଳ୍ପୀଙ୍କ କଳାକୃତି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ବାଲୁକା ଶିଳ୍ପୀ ସତ୍ୟ ମହାରଣା ଏହି ଅବସରରେ ଏକାଧିକ କଳାକୃତ୍ତିମାନ ପ୍ରସ୍ତୁତ କରିଛନ୍ତି । ପଥରରେ ବିଶ୍ବର କ୍ଷୁଦ୍ରତମ ଶିବଲିଙ୍ଗ ଓ ମୂର୍ତ୍ତି ନିର୍ମାଣ କରିଛନ୍ତି । ଶିବଲିଙ୍ଗର ଉଚ୍ଚତା ୨ ମି.ମି ଏବଂ ମୂର୍ତ୍ତିର ଉଚ୍ଚତା 5 ମି.ମି ରହିଛି । ନିଜର ପୂର୍ବ ରେକର୍ଡକୁ ନିଜେ ଭାଙ୍ଗିବା ସହ ଏହି ଅବସରରେ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ବିଶ୍ବରେ ଶାନ୍ତି ବଜାୟ ପାଇଁ ୮ ଟନ୍ ବାଲିରେ କଳାକୃତି ମାଧ୍ୟମରେ ଦେଇଛନ୍ତି ବାର୍ତ୍ତା ।

ଏହାସହ ମହାଦେବଙ୍କ ୫ ଫୁଟର ପ୍ରତିମା, ଯୁଦ୍ଧାସ୍ତ୍ର , ପୃଥିବୀ ସହ ଶାନ୍ତିର ପ୍ରତୀକ ଯୋଡ଼ା କପୋତ ରହିଥିବା ବାଲୁକା କଳା ନିର୍ମାଣ କରିଛନ୍ତି । ବିଶ୍ଵ ଶାନ୍ତି ପାଇଁ ଏଭଳି କଳାକୃତି ପ୍ରସ୍ତୁତ କରିଛନ୍ତି ଏହି ଯୁବଶିଳ୍ପୀ । ଅନ୍ୟପଟେ ସହରର ଦିଲ୍ଲୀପ ମହାରଣା ନିଜ କଳାକୃତି ମାଧ୍ୟମରେ ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକ ଭଗବାନ ଶିବଙ୍କର ଧ୍ୟାନସ୍ଥ ପ୍ରତିମା କାଠରେ ନିର୍ମାଣ କରି ଏହାର ନାମ ସେ ରାମଲିଙ୍ଗେଶ୍ବର ରଖିଛନ୍ତି । ସହରର ରାମଲିଙ୍ଗେଶ୍ବର ପାର୍କ ମଧ୍ୟରେ ଅବସ୍ଥାପିତ ଶିବଙ୍କ ପ୍ରତିମାର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ଦିଲ୍ଲୀପ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.