ETV Bharat / city

ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ପ୍ରଶାସନର ଅପିଲ - people

ଓଡିଶାରେ ତାଣ୍ଡବ ରଚିଥିବା ‘ଫନି’ ବିପନ୍ନଙ୍କୁ ସହାୟତା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଅପିଲ କରାଯାଇଛି । ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା ଜନସାଧାରଣ ଜିଲ୍ଲାପ୍ରଶାସନ ପାଖରେ ସହାୟତା ରାଶି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦେବାକୁ କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 6, 2019, 3:05 PM IST

ବ୍ରହ୍ମପୁର: ବାତ୍ୟା ‘ଫନି’ର ତାଣ୍ଡବ ପରେ ଘାଇଲା ଓଡିଶା । ଏହାକୁ ନେଇ ସହାୟତା ପ୍ରଦାନ ପାଇଁ ଅପିଲ କରାଯାଉଛି । ବିଭିନ୍ନ ମହଲରୁ ସହାୟତା ମଧ୍ୟ କରାଯାଉଛି । ଏହି କ୍ରମରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଵ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ସହର ସମେତ ଜିଲ୍ଲାବାସୀଙ୍କୁ ‘ଫନି’ ପ୍ରଭାଭିତ ଲୋକଙ୍କ ପାଇଁ ସାହାଯ୍ୟ କରିବା ପାଇଁ ଅନୁରୋଧ କରାଯାଇଛି। ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଲୋକେ ‘ଫନି’ରେ ଅଧିକରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତେଣୁ ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ ପାଣି ବଟଲ, ଡ୍ରାଏ ଫୁଡ଼ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେବାକୁ ଅପିଲ ହୋଇଛି ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବ୍ରହ୍ମପୁର ଲୋକେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସହାୟତା ପାଇପାରିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.