ବ୍ରହ୍ମପୁର: ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କର ସମସ୍ତ ପ୍ରକାର ଫିସ୍ ଛାଡ କରିବା ଦାବିରେ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ବ୍ରହ୍ମପୁରଠାରେ ପ୍ରତିବାଦ କରାଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦରେ ଏହି ଅବସରରେ କୋରୋନା ରୂପକ ସମୟରେ ସମଗ୍ର ଦେଶ ତଥା ରାଜ୍ୟରେ ଏହାର ବେଶ ପ୍ରଭାବ ରହିଥିବାରୁ ଅନେକ ଜୀବନ ଜୀବିକା ହରାଉଛନ୍ତି ।
ଏଭଳି ସମୟରେ ରାଜ୍ୟରେ ବନ୍ୟା ସ୍ଥିତି ଆହୁରି ଚିନ୍ତାଜନକ ସ୍ଥିତି ଆଣିଦେଇଛି । ଏଣୁ ସରକାର ତୁରନ୍ତ ଏଭଳି ଆର୍ଥିକ ଦୂରାବସ୍ଥା ସମୟରେ ଫିସ ଛାଡ କରିବାକୁ ଦାବି କରିଛି ସଙ୍ଗଠନ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ