ETV Bharat / city

ପୋଖରୀରୁ ବସ୍ତାରେ ବନ୍ଧା କଙ୍କାଳ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ - berhampur

ପୋଖରୀରୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ପାଇଁ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 2, 2019, 4:48 PM IST

ବ୍ରହ୍ମପୁର: ପୋଖରୀରୁ କଙ୍କାଳ ଉଦ୍ଧାର ହେବା ଘଟଣା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଗୁହାଳପୁର ଗ୍ରାମର ଆକାଟବନ୍ଧ ଠାରେ ଥିବା ପୋଖରୀରୁ ମଣିଷକଙ୍କାଳ ଦେଖିବାକୁ ମିଳିଛି। ଦୁଇଟି ଅଖା ବସ୍ତାରେ କଙ୍କାଳକୁ ବନ୍ଧା ଯାଇ ପାଣିକୁ ଫିଙ୍ଗାଯାଇଛି ।

ସୂଚନା ଅନୁସାରେ, ଗ୍ରାମର କିଛି ଲୋକେ ବନ୍ଧକାର୍ଯ୍ୟ କରିବା ପାଇଁ ପାଇପ ଦ୍ୱାରା ପୋଖରୀକୁ ଶୁଖାଇଥିଲେ । ଏହାପରେ ଏହି କଙ୍କାଳ ବସ୍ତାକୁ ଦେଖିବାକୁ ମିଳିଥିଲା। ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର କାଶୀ ପ୍ରଧାନଙ୍କ 35 ବର୍ଷୀୟ ପୁଅ କାଳୁ ପ୍ରଧାନଙ୍କରବୋଲି ଗାଁଲୋକେ ଅନୁମାନ କରୁଛନ୍ତି ।

ସେ ଦୀର୍ଘ ଦୁଇ ବର୍ଷ ହେଲା ପରିବାରରେ କଳି କରି ଭୁବନେଶ୍ୱରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଚାଲିଆସିଥିଲେ । ମାତ୍ର ସେଠାରୁ ସେ ଆଉ ଘରକୁ ଫେରି ନଥିଲେ କିମ୍ବା ପରିବାର ସହ ଯୋଗାଯୋଗ କରି ନଥିଲେ।

କଙ୍କାଳ ହାଡ଼ରେ ଷ୍ଟିଲ ରଡ଼ ପଡିଥିବା ଦେଖି ପରିବାର ଲୋକେ ମଧ୍ୟ କାଳୁ ବୋଲି ଅନୁମାନ କରୁଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବାବେଳେ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.