ETV Bharat / city

ଡକାୟତି ନାଟକ କରି ଲୁଚାଇଥିଲା ଲକ୍ଷେ ଟଙ୍କା, ଗିରଫ ହେଲା ଗାଡିଚାଳକ

author img

By

Published : Sep 22, 2021, 7:22 AM IST

ଡକାୟତି ଯୋଜନା ହେଲା ପଣ୍ତ । ଡକାୟତି ହୋଇଥିବା ନାଟକ କରି ଗିରଫ ହେଲେ ଗାଡି ଚାଳକ । ଗିରଫ ପରେ କରାଗଲା କୋର୍ଟଚାଲାଣ । ଅଧିକ ପଢନ୍ତୁ...

ଡକାୟତି ହୋଇଥିବା ନାଟକ କରି ଗିରଫ ହେଲେ ଗାଡିଚାଳକ

ବ୍ରହ୍ମପୁର: ଡକାୟତ ହୋଇଥିବା ନାଟକ କରି ଗିରଫ ହେଲେ ଗାଡି ଚାଳକ । ଯାହାର ପର୍ଦ୍ଦାଫାଶ କରିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ଜଣେ ଅଣ୍ଡା ବ୍ୟବସାୟୀ ପ୍ରତାପ ସାହୁ ନିଜ ଗୋଦାମ ପାଇଁ ଗତ ୯ରେ ଏକ ପିକ୍ ଅଫ ଭ୍ୟାନ ଯୋଗେ ଛତ୍ରପୁର ନିକଟବର୍ତ୍ତୀ ସୁନ୍ଦରପୁରରୁ ଅଣ୍ଡା ଆଣିବାକୁ ହଳଦିଆ ଗାଁର ଜ୍ୟୋତି ରଞ୍ଜନ ସାହୁଙ୍କୁ ପଠାଇଥିଲେ ।

ଏହାସହ ଜ୍ୟୋତିଙ୍କ ହାତରେ ଅଣ୍ତା ଆଣିବା ପାଇଁ ୧ ଲକ୍ଷ ୩୦ ହଜାର ଦେଇଥିଲେ । ତେବେ ଗାଡି ଚାଳକ ଜ୍ୟୋତି ଏତେ ପରିମାଣର ଟଙ୍କା ଦେଖି ଲୋଭାଶକ୍ତ ହୋଇପଡିଥିଲେ । ୧୬ ନମ୍ବର ଜାତୀୟ ରାଜପଥ ସାନଘାଟି ନିକଟରେ ଗାଡିକୁ ରଖି ସମସ୍ତ ଟଙ୍କା ଏକ ବୁଦା ମୂଳେ ରଖିଦେବା ସହିତ ମୋବାଇଲ ଓ ଗାଡି ଚାବି ଫିଙ୍ଗି ଦେଇଥିଲେ । ଅନ୍ୟ ଜଣଙ୍କ ଠାରୁ ମୋବାଇଲ ମାଗି ତାର ଜଣେ ସାଙ୍ଗ ମନୋଜକୁ ଫୋନ କରିଥିଲେ । ସାନଘାଟି ଠାରେ ଦୁଇ ଜଣ ଡକାୟତ ସମସ୍ତ ଟଙ୍କା ଗାଡି ଚାବି ଛଡାଇ ନେଇଥିବା ମାଲିକକୁ ଜଣାଇଦେବା ପାଇଁ କହି ଏକ ନାଟକ ରଚନା କରିଥିଲେ।

ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ରମ୍ଭା ଥାନା ସହିତ ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଣ୍ଡା ଗୋଦାମ ମାଲିକଙ୍କୁ ଡାକି ସମସ୍ତ ବିଷୟ ଜାଣିବା ପରେ ଗାଡି ଚାଳକକୁ ଜେରା କରିବା ପରେ ସେ ନିଜେ ଏ ଟଙ୍କା ଚୋରି କରି ଡକାୟତି ହୋଇଥିବା ଅଭିନୟ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ଏପରିକି ସମସ୍ତ ଟଙ୍କା ପୋଲିସ ନିକଟରେ ଦାଖଲ କରିବା ପରେ ପୋଲିସ ଜବତ ଟଙ୍କାଙ୍କୁ ମାଲିକ ପ୍ରତାପ ସାହୁକୁ ଫେରସ୍ତ ଦେବା ସହ ଅଭିଯୁକ୍ତ ଜ୍ୟୋତିକୁ କୋର୍ଟ ଚାଲାଣ କରାଯାଇଛି । ଜଣେ ମାଲିକ ଦେଇଥିବା ଅଣ୍ଡା କିଣିବା ପାଇଁ ଏକ ଲକ୍ଷ ତିରିଶି ହଜାର ଟଙ୍କାକୁ ଚୋରି ଯାଇଥିବା ନାଟକ କରି ଜଣେ ଗାଡି ଚାଳକ ଜେଲ ଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.