ETV Bharat / city

BSKY କାର୍ଯ୍ୟକାରିତା ଉପରେ 5-T ସଚିବଙ୍କ ଜିଲ୍ଲାସ୍ତରୀୟ ବୈଠକ - ଉତ୍ତମମାନର ଚିକିତ୍ସା ଉପରେ ଗୁରୁତ୍ବ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଯ୍ୟକାରିତା ଉପରେ ୫-ଟି ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଉତ୍ତମ ସ୍ବାସ୍ଥ୍ୟ ଯୋଗାଇବା ଉପରେ କରିଛନ୍ତି ଆଲୋଚନା । ଅଧିକ ପଢନ୍ତୁ...

BSKY କାର୍ଯ୍ୟକାରିତା ଉପରେ ୫-ଟି ସଚିବଙ୍କ ଜିଲ୍ଲାସ୍ତରୀୟ ବୈଠକ

author img

By

Published : Nov 5, 2021, 9:15 PM IST

ବ୍ରହ୍ମପୁର: ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ହିତାଧିକାରୀମାନେ କିଭଳି ଉତ୍ତମମାନର ଚିକିତ୍ସା ପାଇପାରିବେ ସେ ନେଇ ରାଜ୍ୟର ୫ଟି ସଚିବ ଭି. କେ ପାଣ୍ଡିଆନ୍ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୨୦ଟି ବେସରକାରୀ ଚିକିତ୍ସାଳୟ ସହିତ ଏହି ସେବା ପ୍ରଦାନ ନିମନ୍ତେ ପଞ୍ଜିକରଣ କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୈଠକରେ ସୂଚନା ଦେଇଛନ୍ତି ।

ଏହି ଅବସରରେ ପାଣ୍ଡିଆନ୍ ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦେଇଛନ୍ତି । ପେପର କାର୍ଯ୍ୟକୁ ବାଦ୍ ଦେଇ ସର୍ବପ୍ରଥମେ ପ୍ରାଥମିକତା ଭିତ୍ତିରେ ତୁରନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ ସେ ଅନୁରୋଧ କରିଛନ୍ତି । ଯଦି କାହାର ଜୀବନ ପ୍ରତି ବିପଦ ରହୁଥିବା ଡାକ୍ତର ଅନୁଭବ କରନ୍ତି ତେବେ ପ୍ରଥମେ ଉକ୍ତ ବ୍ୟକ୍ତିର ଚିକିତ୍ସା କରନ୍ତୁ । ଉକ୍ତ ବ୍ୟକ୍ତିର ସମସ୍ତ ଚିକିତ୍ସା ବାବଦ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି ।

ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଅବସରରେ ସମସ୍ତ ପଞ୍ଜିକୃତ ବେସରକାରୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନେ କିଭଳି ଚିକିତ୍ସା ପ୍ରଦାନ କରୁଛନ୍ତି, ତାହା ପଚାରି ବୁଝିଥିଲେ ପାଣ୍ଡିଆନ। ଚିକିତ୍ସା ପାଇଁ ଆସୁଥିବା ବ୍ୟକ୍ତିଙ୍କଠାରୁ ଦଲାଲଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ ଯେ ଗଞ୍ଜାମ ଜିଲ୍ଲାରେ ୨୦ଟି ବେସରକାରୀ ଚିକିତ୍ସାଳୟ ସହିତ ଏହି ସେବା ପ୍ରଦାନ ନିମନ୍ତେ ପଞ୍ଜିକରଣ କରାଯାଇଛି । ଏଯାବତ୍ ଜିଲ୍ଲାର ୫୯୬୨ ରୋଗୀଙ୍କ ଚିକିତ୍ସା ପ୍ରଦାନ କରାଯାଇ ସମୁଦାୟ ୬, ୨୩, ୨୨, ୨୧୭ ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ବୈଠକରେ ଜିଲ୍ଲା ଚିକିତ୍ସା ମୁଖ୍ୟ ଅଧିକାରୀ ଡ଼ ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ବେସରକାରୀ ଚିକିତ୍ସାଳୟର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ଅଧିକାରୀ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଚିକିତ୍ସା ନିମନ୍ତେ ପଞ୍ଜିକୃତ ହୋଇଥିବା ସମସ୍ତ ବେସରକାରୀ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ସହିତ ପାଣ୍ଡିଆନ ଆଲୋଚନା କରିଛନ୍ତି।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.