ETV Bharat / city

ମାଛ ଜାଲରୁ ୫ ଫୁଟିଆ ଗୋମୁହାଁ କୁମ୍ଭୀର ଉଦ୍ଧାର - berhampur crocodile

ଗଞ୍ଜାମ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ପାତ୍ରପଡା ପୋଖରୀରୁ ମାଛଧରା ବେଳେ ଏକ ଗୋମୁହାଁ କୁମ୍ଭୀର ଉଦ୍ଧାର । ଅଧିକ ପଢନ୍ତୁ...

ମାଛ ଜାଲରୁ ୫ ଫୁଟିଆ ଗୋମୁହାଁ କୁମ୍ଭୀର ଉଦ୍ଧାର

author img

By

Published : May 18, 2021, 8:35 PM IST

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ପାତ୍ରପଡା ପୋଖରୀରୁ ଏକ ଗୋମୁହାଁ କୁମ୍ଭୀର ଉଦ୍ଧାର । ମାଛ ଧରାବେଳେ ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବ ୫ ଫୁଟ ଥିବା ଜଣାପଡିଛି । ପରେ ବନବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଘୋଡାହାଡ ଡ୍ୟାମରେ ଏହାକୁ ଛାଡି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ।

ମାଛ ଜାଲରୁ ୫ ଫୁଟିଆ ଗୋମୁହାଁ କୁମ୍ଭୀର ଉଦ୍ଧାର

ସୂଚନାନୁଯାୟୀ ଆଜି(ମଙ୍ଗଳବାର) ଶଙ୍କରଖାଳି ଗାଁର ସନ୍ତୋଷ ସାହୁଙ୍କ ପୋଖରୀରେ କେଉଟ ମାନେ ମାଛ ଧରୁଥିବା ସମୟରେ କୁମ୍ଭୀରଟି ମାଛ ଜାଲରେ ଫସି ଯାଇଥିଲା । କୁମ୍ଭୀରକୁ ଦେଖି ପ୍ରଥମେ ମାଛ ଧରାଳୀମାନେ ଭୟଭୀତ ହୋଇଯାଇଥିଲେ । ଏହାପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ସନ୍ତୋଷ ପାତ୍ରଙ୍କୁ ଖବର ଦେବା ପରେ ବନବିଭାଗ ଅଧିକାରୀ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ଶେଷରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ କୁମ୍ଭୀରକୁ ଜାଲରୁ ଉଦ୍ଧାର କରି ନିକଟସ୍ଥ ଘୋଡାହଡ ଡ୍ୟାମରେ ଛାଡି ଦେଇଥିବା ଜଣାପଡିଛି । ଏହି ସମୟରେ ଫରେଷ୍ଟ ଗାର୍ଡ ମୁରଲୀଧର ନାୟକ, ନିରଞ୍ଜନ ପ୍ରଧାନ ସମେତ ଗ୍ରାମର କିଛି ଯୁବକ କୁମ୍ଭୀରକୁ ଧରିବାରେ ସହଯୋଗ କରିଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.