ETV Bharat / city

ପେଟ୍ରୋଲ ଟ୍ୟାଙ୍କରରୁ ୩୭୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ - ଗଞ୍ଜେଇ ଜବତ

ପେଟ୍ରୋଲ ଟ୍ୟାଙ୍କର ମଧ୍ୟରୁ ୩୭୦ କିଲୋ ଗଞ୍ଜେଇ ଜବତ କଲା ଗୋଳନ୍ଥରା ଥାନା ପୋଲିସ । ଅଧିକ ପଢନ୍ତୁ...

ପେଟ୍ରୋଲ ଟ୍ୟାଙ୍କରରୁ ୩୭୦ କିଲୋଗ୍ରାମ ଗଞ୍ଜେଇ ଜବତ

author img

By

Published : Jul 4, 2021, 8:17 AM IST

ବ୍ରହ୍ମପୁର: ପେଟ୍ରୋଲ ଟ୍ୟାଙ୍କର ମଧ୍ୟରୁ ୩୭୦ କିଲୋ ଗଞ୍ଜେଇ ଜବତ କଲା ଗୋଳନ୍ଥରା ଥାନା ପୋଲିସ । ଜବତ ଗଞ୍ଜେଇ ବିହାର ଅଞ୍ଚଳକୁ ଚାଲାଣ କରାଯାଉଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ପୋଲିସ ଟ୍ୟାଙ୍କରକୁ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପେଟ୍ରୋଲ ଟ୍ୟାଙ୍କରରୁ ୩୭୦ କିଲୋଗ୍ରାମ ଗଞ୍ଜେଇ ଜବତ

ତେବେ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଟିମ୍ ଥାନା ସମୁଖରେ ୧୬ ନଂ ଜାତୀୟ ରାଜପଥ ଉପରେ ଯାଞ୍ଚ କରୁଥିଲା । ଏହି ସମୟରେ ଏନ୍. ଏଲ୍. ୪ଡି ୧୬୨୪ ନାମକ ଏକ ଟ୍ୟାଙ୍କରକୁ ଅଟକ ରଖି ଯାଞ୍ଚ କରିବା ବେଳେ ଟ୍ୟାଙ୍କରରୁ ମୋଟ ୩୭୦ କିଲୋଗ୍ରାମ ୨୭୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି।

ଏହି ଘଟଣାରେ ଗାଡିର ହେଲପର ୨୨ବର୍ଷୀୟ ଯୁବକ ଆର୍. ହରିକୃଷ୍ଣ ରେଡି ଙ୍କୁ ପୋଲିସ ଗିରଫ କରିଥିବା ବେଳେ କୌଶଳ କ୍ରମେ ଗାଡିର ମାଲିକ ଓ ଗାଡିଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ହରିକୃଷ୍ଣଙ୍କ ଘର ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁର ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଗଜପତି ଜିଲ୍ଲାର ମୋହନା ଓ ଅଡଭା ଅଞ୍ଚଳରୁ ଚାଲାଣ ହେଉଥିବା ଜଣାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.