ETV Bharat / city

ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ହେଲପଲାଇନ ନଂ ଜାରି

author img

By

Published : Apr 27, 2021, 10:44 PM IST

ବ୍ରହ୍ମପୁରର ତିନି କୋଭିଡ ହସ୍ପିଟାଲରେ ଜାରି ହେଲା ହେଲପ୍ ଲାଇନ୍ ନମ୍ୱର । ରୋଗୀଙ୍କ ସଂପର୍କୀୟ ବୁଝିପାରିବେ ସ୍ୱାସ୍ଥସେବା ସଂପର୍କରେ । ଏଥିସହ କୋଭିଡ ପରିଚାଳନା କେନ୍ଦ୍ରରେ ବିଦ୍ୟୁତ ସରବରାହ ବନ୍ଦ କରିବାକୁ ଦିଆଯାଇଛି । ଅଧିକ ପଢନ୍ତୁ..

ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ହେଲପଲାଇନ ନଂ ଜାରି
ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ହେଲପଲାଇନ ନଂ ଜାରି

ବ୍ରହ୍ମପୁର: ସହରର ତିନି କୋଭିଡ ହସ୍ପିଟାଲର ଜାରି ହେଲା ହେଲପ୍ ଲାଇନ୍ ନମ୍ୱର । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନମ୍ୱର ଜାରି କରାଯାଇଥିବା ବେଳେ ଜିଲ୍ଲାସ୍ତରୀୟ ଦୁଇଟି ହେଲପ୍ ନମ୍ୱର ଜାରି କରାଯାଇଛି । ଏମ୍.କେ.ସି.ଜି ର ପୂରାତନ ଡେଡିକେଟ କୋଭିଡ ହସ୍ପିଟାଲ ସମେତ ନୂତନ ଡେଡିକେଟ କୋଭିଡ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲ ପରିସରରେ ଚିକିତ୍ସିତ ହେଉଥିବା କୋରୋନା ରୋଗୀଙ୍କ ପାଇଁ ଦୁଇଟି ଲେଖାଏଁ ନମ୍ୱର ଜାରି କରାଯାଇଛି । ସେହିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରରେ ଅନ୍ୟ ଦୁଇଟି ନମ୍ୱର ଜାରି କରାଯାଇଛି ।

ସେପଟେ ଜିଲ୍ଲାର ସମସ୍ତ କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ ବେଡ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସମସ୍ତ ଚିକିତ୍ସାଳୟ ଏବଂ କୋଭିଡ୍ କେୟାର୍ ସେଣ୍ଟର ଗୁଡିକରେ ବିଦ୍ୟୁତ୍‌ ସରବରାହ ଯେପରି ବନ୍ଦ ହେବ ନାହିଁ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ଲହର ଚିକିତ୍ସା ସମୟରେ ଅଧିକାଂଶ ସଂକ୍ରମିତ ବ୍ୟକ୍ତି କେବଳ ଔଷଧ ଦ୍ବାରା ସୁସ୍ଥ ହୋଇପାରିଥିଲେ । କିନ୍ତୁ ଦ୍ବିତୀୟ ଲହର ଚିକିତ୍ସାରେ ଅକ୍ସିଜେନର ଆବଶ୍ୟକତା ଅଧିକ ରହୁଛି । ଏଣୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ହିଁ ଏହି ଦିଗରେ ସହାୟକ ହୋଇପାରିବ । ସମସ୍ତ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ଆବଶ୍ୟକୀୟ ଷ୍ଟାଫ୍ ମୁତୟନ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଛି । ଏଣୁ ଏହାର ସୁପରିଚାଳନା ଦିଗରେ ଧ୍ୟାନ ଦେବାକୁ ଜିଲ୍ଲା ସ୍ତରୀୟ କୋଭିଡ୍ ପରିଚାଳନା ବୈଠକରେ ଦିଆଯାଇଛି ନିର୍ଦ୍ଦେଶ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନିଂ ବୈଠକରେ ଜିଲ୍ଲାର ସଂକ୍ରମିତ ସଂଖ୍ୟା ସ୍ଥିତିକୁ ସମୀକ୍ଷା କରି ଅନେକ ବୁଦ୍ଧିଜିବୀ ଲକଡାଉନ୍ ସପକ୍ଷରେ ସୋସିଆଲ୍ ମିଡିଆରେ ନିଜ ନିଜ ମତ ରଖୁଛନ୍ତି । ଅନେକ ବ୍ୟବସାୟୀକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ବତଃପ୍ରବୃତ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ।

ସଂକ୍ରମଣ ନେଇ ଜନ ସାଧାରଣଙ୍କର ଏହି ଉପଲବ୍ଧିକୁ ଆଧାର କରି ସେମାନେ ସଜାଗ ଓ ସଚେତନ ରହିବା ଜରୁରୀ ହୋଇପଡିଛି । ନିହାତି ଆବଶ୍ୟକ ନ ପଡିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ମାସ୍କ ପରିଧାନ, ପଞ୍ଚସୂତ୍ରୀ ନିୟମର କଡାପାଳନ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କୋରୋନା ପରିଚାଳନା ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ନାହିଁ । କୋରୋନା ପରିଚାଳନାରେ ଯନ୍ତ୍ରୀ ମାନେ ନିୟୋଜିତ ହୋଇନାହାନ୍ତି । ତେଣୁ ସମସ୍ତ ଉନ୍ନୟନ କାର୍ଯ୍ୟ ପୂର୍ବ ଭଳି ଚାଲୁ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ସୋମବାର ସୁଦ୍ଧା ଜିଲ୍ଲାକୁ ୧୭,୭୭୧ ଜଣ ପ୍ରବାସୀ ଫେରିଥିବା ପଞ୍ଜିକରଣ ତଥ୍ୟରୁ ଜଣା ପଡିଛି । ଯାହାକି ଗତବର୍ଷ ତୁଳନାରେ ବହୁତ କମ୍ । ଏଣୁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପଞ୍ଜିକରଣ, ସ୍ବାସ୍ଥ୍ୟ ଯାଞ୍ଚ ,ଏକାନ୍ତ ବାସରେ ରହି ଚିକିତ୍ସା ଇତ୍ୟାଦି ଠିକ ରୂପେ ହୋଇପାରିଲେ ଖୁବ୍ ଶୀଘ୍ର ଜିଲ୍ଲାରୁ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବ । ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ବାହନ ସେବାକୁ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖାଛି । ଏ ନେଇ ଜିଲ୍ଲାପାଳଙ୍କ ଏକ ଆଦେଶନାମାରେ ଦର୍ଶାଇଛନ୍ତି । ଯାନବାହନ ପଞ୍ଜିକରଣ, ମୋଟରଯାନ ଟ୍ୟାକ୍ସ ଆଦାୟ, ସାମୂହିକ ଭାବେ ଗାଡିକୁ ବ୍ୟବହାର ନ କରିବା ନିମନ୍ତେ ଆବେଦନ, (ଅଫ୍ ରୋଡ୍) ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସେଥିରେ ଜନସାଧାରଣ ସହଯୋଗ କରିବାକୁ କୁହାଯାଇଛି ।

ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍‌ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ କୀର୍ତ୍ତି ଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ଉମା ଶଙ୍କର ମିଶ୍ର, ଏମ୍. କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.