ETV Bharat / city

ମହଙ୍ଗା ପଡିଲା ଖୋଲାରେ ଶୌଚ: 24 ପରିବାରକୁ ରାସନ ବନ୍ଦ - ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ଖୋଲାରେ ମଳତ୍ୟାଗ କରୁଥିବା ୨୪ ପରିବାରର ସରପଞ୍ଚ ରାସନ କାର୍ଡ ବନ୍ଦ କରିଦେଇଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହଙ୍ଗା ପଡିଲା ବାହ୍ୟ ମଳତ୍ୟାଗ, 24 ପରିବାରକୁ ରାସନ ବନ୍ଦ
author img

By

Published : Nov 1, 2019, 6:52 PM IST

Updated : Nov 1, 2019, 7:54 PM IST

ବ୍ରହ୍ମପୁର: ବାହାରେ ମଳତ୍ୟାଗ କରିବା ପଡିଲା ମହଙ୍ଗା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ବାହାରେ ମଳତ୍ୟାଗ କରୁଥିବା ୨୪ଟି ପରିବାରକୁ ସରପଞ୍ଚ ରାସନ କାର୍ଡ ବନ୍ଦ କରିଦେଇଛନ୍ତି। ସେପଟେ ସେହି ପଞ୍ଚାୟତର 300 SHG ସମ୍ପୂର୍ଣ୍ଣ ବାହ୍ୟମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ନେଇଛନ୍ତି ନିଆରା ପଦକ୍ଷେପ ।

ସଙ୍ଘର କର୍ମକର୍ତ୍ତାମାନେ ସକାଳ ଓ ସନ୍ଧ୍ୟା ସମୟରେ ମୁଖ୍ୟ ରାସ୍ତାରେ ଜଗି ରହୁଛନ୍ତି । ଏହାସହ ଯେପରି ମଳତ୍ୟାଗ କେହି ନକରିବେ ସେନେଇ ମୁଖ୍ୟ ରାସ୍ତାରେ ତୁଳସୀ ଗଛ, ବେଲ ଗଛ, ଗୋଲାପ ଗଛ ଆଦି ଲଗାଇ ଏହାର ଯତ୍ନ ନେଉଥିବା ଦେଖାଯାଇଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ବାହ୍ୟମଳମୁକ୍ତ କରିବା ପାଇଁ ଇତି ମଧ୍ୟରେ ପଞ୍ଚାୟତକୁ ପଞ୍ଚାୟତ ପରିକ୍ରମା କରି ଜିଲ୍ଲାପାଳ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗୋଲାପ ଫୁଲ ବଣ୍ଟନ କରିବା ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଇଥିଲେ । ତେବେ ଗୌତମୀ ପଞ୍ଚାୟତର ମହିଳାମାନଙ୍କ ଏଭଳି ନିଆରା ପଦକ୍ଷେପ ଜିଲ୍ଲାର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମହିଳାମାନଙ୍କ ସହ ପଞ୍ଚାୟତରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ମହଙ୍ଗା ପଡିଲା ବାହ୍ୟ ମଳତ୍ୟାଗ, 24 ପରିବାରକୁ ରାସନ ବନ୍ଦ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସ°ପୂର୍ଣ୍ଣ ବାହ୍ୟମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ମହିଳା ଙ୍କ ନିଆରା ପଦକ୍ଷେପ ।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ବାହ୍ୟମଳମୁକ୍ତ କରିବା ପାଇଁ ଇତି ମଧ୍ୟରେ ପଞ୍ଚାୟତ କୁ ପଞ୍ଚାୟତ ପରିକ୍ରମା କରି ଜିଲ୍ଲାପାଳ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ଗୋଲାପ ଫୁଲ ବଣ୍ଟନ କରିବା ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଇଥିବା ବେଳେ ଜିଲ୍ଲା ର ସାନଖେମୁଣ୍ଡି ବ୍ଳକର ଗୈତମୀ ପଞ୍ଚାୟତ ରେ ଘରେ ପାଇଖାନା ଥାଇ ବାହାରେ ମଳତ୍ୟାଗ କରୁଥିବା ୨୪ ଜଣ ବ୍ୟକ୍ତି ବିଶେଷ ଙ୍କ ପରିବାରକୁ ସରକାର ଙ୍କ ରେଶର୍ନ କାର୍ଡକୁ ବନ୍ଦ କରି ଦିଆଯାଇଛି।ପଞ୍ଚାୟତ କୁ ସ°ଯୋଗ କରୁଥିବା ତିନୋଟି ପ୍ରମୁଖ ରାସ୍ତାକୁ ଗ୍ରାମର ମହିଳା ସ°ଙ୍ଘର କର୍ମକର୍ତ୍ତା ମାନେ ପ୍ରତ୍ୟେକ ଦିନ ସକାଳ ଓ ସ°ନ୍ଧ୍ୟା ସମୟରେ ଜଗିରହିବା ସହ ମଳତ୍ୟାଗ କେହି ଯେପରି ନକରିପାରିବେ ସେ ନେଇ ମୁଖ୍ୟ ରାସ୍ତାରେ ତୁଳସୀ ଗଛ ଲଗାଯାଇ ମହିଳା ମାନେ ଏହାର ଯତ୍ନ ନେଉଥିବା ଦେଖାଯାଇଛି ।ଗୈତମୀ ପଞ୍ଚାୟତ ର ମହିଳା ମାନଙ୍କ ଏଭଳି ନିଆରା ପଦକ୍ଷେପ ଜିଲ୍ଲାର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମହିଳା ମାନଙ୍କ ସହ ପଞ୍ଚାୟତ ରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା...

Body:walkthrough
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍କକ ଗୈତମୀ ପଞ୍ଚାୟତ ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
Last Updated : Nov 1, 2019, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.