ଗଞ୍ଜାମ: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । କେବଳ ଗୋଟିଏ ଦିନରେ ଜିଲ୍ଲାରେ 102 ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1472ରେ ପହଞ୍ଚିଛି ।
ଏହି 102 ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ 43 ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ କୋରୋନା ୱାରିଅର୍ ରହିଛନ୍ତି । ସେହିପରି ଦୁଇ ଜଣ ରାଜ୍ୟ ବାହାରରୁ ଆସିଛନ୍ତି ଏବଂ ବାକି 57 ଜଣ ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଏହି 43 ଜଣ କୋରୋନା ୱାରିଅରଙ୍କ ମଧ୍ୟରୁ ଆସିକା ଅଞ୍ଚଳରୁ 16, ବ୍ରହ୍ମପୁର ମହାନଗର ନିଗମ ଓ ରଙ୍ଗେଇଲୁଣ୍ଡାରୁ 4, ଭଞ୍ଜନଗର, ଛତ୍ରପୁର, ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗର ଓ ଚିକିଟି ଅଞ୍ଚଳରୁ ଜଣେ ଏବଂ ଧରାକୋଟ ଓ କୁକୁଡାଖଣ୍ଡିରୁ ସାତଜଣ ଲେଖାଏଁ ପଜେଟିଭ୍ ହୋଇଛନ୍ତି ।
ସେହିପରି ସୁରଟ ଓ ବେଙ୍ଗାଲୁରରୁ ଫେରିଥିବା ବେଲଗୁଣ୍ଠା ଓ ପାତ୍ରପୁରରୁ ଜଣେ ପଜେଟିଭ୍ ବାହାରିଥିବା ବେଳେ ସ୍ଥାନୀୟ ମାମଲା ଭାବରେ ଆସ୍କାରୁ 6, ବେଲଗୁଣ୍ଠାରୁ ତିନି, ବ୍ରହ୍ମପୁରରୁ ଜଣେ, ଭଞ୍ଜନଗରରୁ ତିନି ଜଣ, ଛତ୍ରପୁରରୁ ଦୁଇ ଜଣ, ଧରାକୋଟରୁ ତିନି ଜଣ, ଦିଗପହଣ୍ଡି ଏବଂ ଗଞ୍ଜାମରୁ ଜଣେ ଲେଖାଏଁ , ହିଞ୍ଜିଳିକାଟୁରୁ ଦୁଇ ଜଣ, ଜଗନ୍ନାଥପ୍ରସାଦରୁ ଜଣେ, କବିସୂର୍ଯ୍ୟନଗରରୁ ୨୨ ଜଣ , କୁକୁଡାଖଣ୍ଡିରୁ ତିନି ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ ଏବଂ ସାନଖେମୁଣ୍ଡି ଏବଂ ସୋରଡାରୁ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି ବିଶେଷ କୋରୋନାରେ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଏପରିକି ଜିଲ୍ଲାର ଜଣେ ୫୨ ବର୍ଷୀୟ କୋରୋନା ପଜିଟିଭଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମୃତ ବ୍ୟକ୍ତି ଜଣଙ୍କ ଫୁସ୍ଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ ଏବେ ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଯାଇ ଜିଲ୍ଲାର ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ