ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ହରିବଳଦେବ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ୧୦୮ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କର ଓ ସୁଦର୍ଶନଙ୍କର ସ୍ନାନ କରାଯାଇଛି । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ପବିତ୍ର ସ୍ନାନ ଯାତ୍ରା ନେଇ ନିଆରା ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତି ୧୦୮ କୁମ୍ଭରେ ସ୍ନାନ କରିବା ପରେ ଆଜି ସନ୍ଧ୍ୟା ୭ଟାରେ ଶ୍ରୀଜୀଉ ଗଜାନନ ବେଶରେ ଦର୍ଶନ ଦେବେ ।
ଏହାପରେ ତିନିଠାକୁରଙ୍କୁ ଅଣସର ଘରକୁ ନିଆଯିବ। ସ୍ନାନମଣ୍ଡପରେ ମହାପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଇଟିଭି ଭାରତ, ମୟୂରଭଞ୍ଜ