ବାରିପଦା: ମାରାତ୍ମକ କୋରୋନା ଭୂତାଣୁ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ବାରିପଦା ଠାରେ ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଛି।
ମହାମାରୀ କୋରୋନା ଏବେ ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଥିବାବେଳେ ଏହାର ନିରାକରଣ ଏବଂ ଏହାର ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସଂଗଠନ ପକ୍ଷରୁ ଆରମ୍ଭ କରାଯାଉଛି । ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରିପଦା ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ କୋରୋନା ସଂକ୍ରମଣରୁ ନିଜକୁ କିପରି ରକ୍ଷା କରିବେ ସେଥିପାଇଁ ସଚେତନ କରିଛି ସଂଘ ।
ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ ହ୍ୟାଣ୍ଡୱାସ୍ ସହାୟତାରେ ହାତ ଧୋଇ ନିଜକୁ ସଂକ୍ରମଣରୁ ରକ୍ଷାକରିବାର ବାର୍ତ୍ତା ବାଣ୍ଟିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ