ETV Bharat / city

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ; ବାଣ୍ଟିବେ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ

author img

By

Published : Oct 21, 2021, 10:52 PM IST

ଶୁକ୍ରବାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମୟୂରଭଞ୍ଜରେ ବଣ୍ଟନ ସହ ୨୪ ଶହ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ପାଇଁ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

Chief Minister
Chief Minister

ବାରିପଦା: ଆସନ୍ତାକାଲି (ଶୁକ୍ରବାର) ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଜିଲ୍ଲାରେ ବଣ୍ଟନ ସହ ୨୪ ଶହ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୀର୍ଘ ଦିନର ବ୍ୟବଧାନ ପରେ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ଦଳୀୟ କର୍ମୀଙ୍କ ସହ ଜନସାଧାରଣ ମଧ୍ୟ ଅପେକ୍ଷାରେ ରହିଛନ୍ତି। ଜିଲ୍ଲା ଗସ୍ତରେ ଆସନ୍ତାକାଲି ଆସିବାକୁ ଥିବା ବେଳେ ଏହି ଅବସରରେ ବାରିପଦାର ସହିଦ ସ୍ମୃତି ଭବନ ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ୨୪ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏନେଇ ସରକାରୀ ଓ ଦଳୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ପୂର୍ବରୁ ବିଭିନ୍ନ କାରଣରୁ ଅକ୍ଟୋବର ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ତେବେ ଏହାପରେ ଆସନ୍ତା କାଲି(ଶୁକ୍ରବାର) ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଦିନ ଧାର୍ଯ୍ୟ ହୋଇଛି। ଶୁକ୍ରବାର ୧୧ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାରେ ପହଞ୍ଚିବେ।

ଶୁକ୍ରବାର ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ; ବାଣ୍ଟିବେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ

ହେଲିକପ୍ଟର ଯୋଗେ ବାରିପଦା ଛଉ ପଡିଆରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ସହିଦ ସ୍ମୃତି ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜିଲ୍ଲାର ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିବେ । ଏହା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୨୧କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ପ୍ରାୟ ୩ କୋଟି ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ନେଇ ସରକାରୀ ଓ ଦଳୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଏହାକୁ ନେଇ ଜିଲ୍ଲାରେ ଡେରା ପକାଇଛନ୍ତି ମନ୍ତ୍ରୀ ଓ ବିଧାୟକ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କରିବା ପରେ ସପ୍ତାହ ବ୍ୟାପୀ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ମନ୍ତ୍ରୀ ମାନେ ହିତାଧିକାରୀଙ୍କୁ ଏହି ବଣ୍ଟନ କାର୍ଯ୍ୟକ୍ରମ କରିବେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସଭାସ୍ଥଳ ମଧ୍ୟ ପ୍ରସ୍ତୁତ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ଵରେ ୧୬ ପ୍ଲାଟୁନ ପୋଲିସ ଫୋର୍ସର ବନ୍ଦୋବସ୍ତ କରାଯାଇଛି । ସେହିପରି ଆଇନଶୃଙ୍ଖଳା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଲାଗି ୩ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୫ ଡିଏସପି, ୮ ଇନ୍ସପେକ୍ଟର, ୬୫ ଏସଆଇ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଏହାବାଦ ୧୩୨ଜଣ ହୋମଗାର୍ଡ ମଧ୍ୟ ମୃତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ବାରିପଦା ବସଷ୍ଟାଣ୍ଡରୁ ବସ ଗୁଡିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇଯିବା ପରିବର୍ତ୍ତେ ସତ୍ୟସାଇ ଛକରୁ ଦାରଗୋଡାହି ହୋଇ ଗମନାଗମନ କରିବା ଲାଗି ଯୋଜନା କରାଯାଇଥିବାର ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପ୍ରାୟ ବିରୋଧୀ ଦଳ ମାନେ ବିରୋଧ କରୁଥିବା ବେଳେ, ସୁରକ୍ଷା ବ୍ୟବସ୍ଥାକୁ ସବୁଦିଗରୁ କଡାକଡି କରିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.