ବାରିପଦା: ଟୀକାକରଣକୁ ନେଇ ରାଜିନୀତି ଜୋର ଧରିଛି । ଟୀକା କେନ୍ଦ୍ର ସରକାର ଦେଉଥିବା ନେଇ ଦାବି କରିଛି ବିଜେପି । ମଙ୍ଗଳବାର ବାରିପଦା ସହର ଭଞ୍ଜପୁର ଠାରେ ହୋଇଥିବା ଟୀକାକରଣ କେନ୍ଦ୍ରରେ ବିଜେପି କର୍ମୀମାନେ ପହଞ୍ଚି ହୋ ହାଲ୍ଲା କରିବା ସହ ଟୀକାକରଣ କେନ୍ଦ୍ରରେ ଲାଗିଥିବା ରାଜ୍ୟ ସରକାରଙ୍କ ବ୍ୟାନରକୁ ଉଠାଇ ଫୋପାଡ଼ି ଦେଇଛନ୍ତି ବିଜେପି କର୍ମୀମାନେ ।
ମୟୂରଭଞ୍ଜ ବିଜେପି ସାଂସଦ ବିଶ୍ବେଶ୍ବର ଟୁଡୁ, ବିଜେପି ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ସଭାପତି କାନ୍ଦରା ସରେନ ଓ ବିଜେପି କର୍ମୀମାନେ ଟୀକାକରଣ କେନ୍ଦ୍ରରେ ପହଁଞ୍ଚି ପୋଷ୍ଟରକୁ ଉଠାଇ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ଏ ସଂପର୍କିତ ଖବର ପାଇ ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ