ETV Bharat / city

ଦୀର୍ଘ ପାଞ୍ଚ ଦିନ ପରେ ଅନଶନରୁ ହଟିଲେ ଛାତ୍ରଛାତ୍ରୀ - hunger strike for re-admission fees

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ରିଆଡମିଶନ ଫି ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଚାଲିଥିବା ଅନଶନ ପାଞ୍ଚ ଦିନ ପରେ ପ୍ରତ୍ୟାହୃତ ହୋଇଛି । ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପକ୍ଷରୁ 50 ପ୍ରତିଶତ ଫି ଛାଡ କରାଯାଇଛି । ଅଧିକ ପଢନ୍ତୁ...

ଦୀର୍ଘ ପାଞ୍ଚ ଦିନ ପରେ ଅନଶନରୁ ହଟିଲେ ଛାତ୍ରଛାତ୍ରୀ

author img

By

Published : Oct 10, 2020, 10:33 PM IST

ବାରିପଦା: ଓଡ଼ିଶା ବିଶ୍ବବିଦ୍ୟାଳୟର ରିଆଡମିଶନ ଫି ହ୍ରାସ । ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ରିଆଡମିଶନ ଫି ହ୍ରାସ ଦାବିରେ ଚାଲିଥିବା ଆମରଣ ଅନଶନ ପାଞ୍ଚ ଦିନରେ ଶନିବାର ପ୍ରତ୍ୟାହୃତ ହୋଇଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ 50 ପ୍ରତିଶତ ଫି ଛାଡ କରିବା ପରେ ଅନଶନରୁ ଓହରିଛନ୍ତି ଛାତ୍ରଛାତ୍ରୀ ।

ଦୀର୍ଘ ପାଞ୍ଚ ଦିନ ପରେ ଅନଶନରୁ ହଟିଲେ ଛାତ୍ରଛାତ୍ରୀ

କୋରୋନା ମହାମାରୀ ପ୍ରହାରରେ ଅନେକ ଛାତ୍ରଛାତ୍ରୀଙ୍କ ପରିବାରର ଆର୍ଥିକ ସ୍ଥିତି ଭାଙ୍ଗି ପଡ଼ିଛି । ଏହି ସମୟରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ରିଆଡମିଶନ ପାଇଁ ଧାର୍ଯ୍ୟ ଫି ବୃଦ୍ଧିକୁ ବିରୋଧ କରି ଗତ ଚାରିଦିନ ହେଲା ଛାତ୍ରଛାତ୍ରୀ ଆମରଣ ଅନଶନ କରିଥିଲେ । ଶନିବାର ବିଶ୍ବବିଦ୍ୟାଳୟ କୁଳପତି 50 ପ୍ରତିଶତ ରିଆଡ଼ମିଶନ ଫି ଛାଡ଼ ଘୋଷଣା କରିଛନ୍ତି । ଏହାସହ ଲିଖିତ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ଯାହାଫଳରେ ଶନିବାର ଅପରାହ୍ନରେ ଛାତ୍ରଛାତ୍ରୀ ଅନଶନରୁ ଓହରିଛନ୍ତି । ତେବେ ବିଗତ ଚାରି ଦିନ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଅନଶନରତ ଯୋଗୁଁ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.