ETV Bharat / city

ବାରିପଦାରେ ବାହୁଡ଼ିଲେ ଜଗନ୍ନାଥ, ଆସନ୍ତାକାଲି ବଳଭଦ୍ରଙ୍କ ରଥଟଣା - ବାରିପଦା ବାହୁଡ଼ା ଯାତ୍ରା

ବାରିପଦାରେ ହରିବଳଦେବ ଜୀଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ । ଶ୍ରୀମନ୍ଦିର ନିକଟରେ ପହଞ୍ଚିଲା ନନ୍ଦିଘୋଷ । ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥ ପହଞ୍ଚିବା ପରେ ଟଣାହେବ ବଳଭଦ୍ରଙ୍କ ରଥ । ଅଧିକ ପଢ଼ନ୍ତୁ

ବାରିପଦାରେ ବାହୁଡ଼ିଲେ ଜଗନ୍ନାଥ, ଆସନ୍ତାକାଲି ବଳଭଦ୍ରଙ୍କ ରଥଟଣା

author img

By

Published : Jul 10, 2022, 8:30 PM IST

ବାରିପଦା: ମୟୂରଭଞ୍ଜର ଆରାଧ୍ୟ ଠାକୁର ହରିବଳଦେବ ଜୀଉଙ୍କ ବାହୁଡା ଯାତ୍ରା ଆଜି(ରବିବାର) ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁସାରେ ପୁରୀରେ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ଏଠାରେ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବାରିପଦାରେ ବାହୁଡ଼ିଲେ ଜଗନ୍ନାଥ, ଆସନ୍ତାକାଲି ବଳଭଦ୍ରଙ୍କ ରଥଟଣା

ଗତକାଲି ଶ୍ରୀଜିଉ ମାନଙ୍କୁ ପହଣ୍ଡିରେ ଆଣି ରଥାରୂଢ କରାଯାଇଥିଲା । ଏଠାର ପରମ୍ପରା ଅନୁଯାୟୀ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ପ୍ରଥମେ ଭକ୍ତମାନେ ଟାଣି ନେଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚାଇବା ପରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ନେଇ ଟାଉନ ଥାନା ନିକଟରେ ପହଞ୍ଚାଇଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ମୟୂରଭଞ୍ଜ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥକୁ ପ୍ରଥମେ ମହିଳା ମାନେ ଟାଣି ନେଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚାଇବା ପରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣାହେବ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.