ETV Bharat / city

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ରେଡ୍‌ - ସୋର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ଚଢାଉ

author img

By

Published : Mar 17, 2022, 10:44 AM IST

Updated : Mar 17, 2022, 12:12 PM IST

ବାଲେଶ୍ୱର/ଭଦ୍ରକ: ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ତାଙ୍କ ବାସଭବନ ଓ ଅଫିସ ସମେତ 5ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି । ପ୍ରମୋଦ ବେଉରିଆଙ୍କ ଘରେ ରେଡ୍ ହୋଇଥିବା ବେଳେ 1 ଲକ୍ଷ 65 ହଜାର 521 ଟଙ୍କା ଜବତ ହୋଇଛି । ଭଦ୍ରକର 4 ଟି ସ୍ଥାନରେ ରେର୍ଡ ଚାଲିଥିବା ବେଳେ ସୋର ଅଫିସରେ ଭିଜିଲାନ୍ସ ପହଞ୍ଚିଛି ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ରେଡ୍‌

ଭଦ୍ରକ ସହର ଉପକଣ୍ଠ ବାଗୁରାଇ ଠାରେ ଥିବା କୋଠା ଘର, ଅର୍ଣ୍ଣପାଳରେ ଥିବା ପୈତୃକ ଘର, ମାର୍କେଟ କମ୍ପ୍ଲେକ୍ସ, ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝରର ଭିଜିଲାନ୍ସ ଟିମ ଏକକାଳୀନ 5 ଟି ସ୍ଥାନରେ ଚଢ଼ାଉ ଜାରି କରିଥିବା ସୂଚନା ମିଳିଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, 4 ଜଣ ଡିଏସପି ଓ 4 ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଓ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 17, 2022, 12:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.