ETV Bharat / city

ଟାଟା କମ୍ପାନୀର ନିଷ୍ପତ୍ତିକୁ ବିରୋଧ: ଆନ୍ଦୋଳନ ନେଇ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ସଜବାଜ - Tata Power company

ଟାଟା କମ୍ପାନୀର ମନମାନୀ ବିରୋଧରେ ଜିଲ୍ଲାରେ ଦିନକୁ ଦିନ ଆନ୍ଦାେଳନ ତେଜିବାରେ ଲାଗିଛି । ଏନେଇ ଆଗାମୀ ଦିନରେ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଆନ୍ଦାେଳନ ପାଇଁ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଛି ପ୍ରସ୍ତୁତି । ଅଧିକ ପଢନ୍ତୁ...

ଟାଟା କମ୍ପାନୀର ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ସଜବାଜ

author img

By

Published : Aug 30, 2021, 9:47 PM IST

ବାଲେଶ୍ଵର: କମ୍ପାନୀ ମନମାନୀ ବିରୋଧରେ ଜିଲ୍ଲାରେ ଆନ୍ଦାେଳନ ତେଜିବାରେ ଲାଗିଛି । ବାଲେଶ୍ବର ଜିଲ୍ଲା ଅଧିନ ରେମୁଣା ବାଲିଆ ଠାରେ ନେସ୍କୋ ବିଦ୍ୟୁତ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି ।

ଟାଟା କମ୍ପାନୀର ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ସଜବାଜ
ଏନେଇ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଞ୍ଚ ନିଷ୍ପତ୍ତି ନେଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଟାଟା ପାୱାର ପକ୍ଷରୁ ହୋଇଥିବା ରକ୍ଷଣାବେକ୍ଷଣ ଚୁକ୍ତି ଦ୍ୱାରା ନାନାଦି ଅସୁବିଧାର ସମ୍ମୁଖୀନ ହେବା ନେଇ ଅଭିଯୋଗ କରିଛନ୍ତି ।

ଆଉ ଏହି କର୍ମଚାରୀଙ୍କୁ କେଉଁ କାରଣ ପାଇଁ ସ୍ଥାୟୀ ନିଯୁକ୍ତି ଦିଆଯାଇ ପାରୁନାହିଁ ବୋଲି ମଞ୍ଚ ପ୍ରଶ୍ନ କରିଛି । ତେବେ ବର୍ତ୍ତମାନ ସମୟରେ ବାହାର ଠିକାଦାରଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଓଡ଼ିଶାର ଠିକାଦାରମାନେ ଅସୁବିଧା ଭୋଗୁଛନ୍ତି । ଏ ସମସ୍ତ ଦିଗ ପ୍ରତି ଟାଟା ପାୱାରର କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆଗାମୀ ଦିନରେ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.