ETV Bharat / city

ପ୍ରୋତ୍ସାହନର ବିପୁଳ ଅଭାବ, ଅନ୍ଧାରରେ ଆଖୁଚାଷୀଙ୍କ ଭବିଷ୍ୟତ - sugar cane farmer problem

ଏତେ ପରିଶ୍ରମ କରି ଆଖୁ ଅମଳ ପରେ ଆଖୁଚାଷରେ ଲାଭ ଅତି ନୈରାଶ୍ୟଜନକ। ସରକାରୀ ଦୃଷ୍ଟି ଆଢୁଆଳରେ ଆଖୁଚାଷୀମାନେ ରହି ଯାଇଛନ୍ତି। କୌଳିକ ବୃତ୍ତିରୁ ନା ଓହରି ପାରୁଛନ୍ତି ନା ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଉଛନ୍ତି। ଅଧିକ ପଢନ୍ତୁ...

sugar cane farmer
ଅନ୍ଧାରରେ ଆଖୁଚାଷୀଙ୍କ ଭବିଷ୍ୟ
author img

By

Published : Feb 10, 2020, 3:15 PM IST

ବାଲେଶ୍ଵର: ଜିଲ୍ଲାର ଅନେକ ଚାଷ ମଧ୍ୟରୁ ଆଖୁ ଚାଷ ଅନ୍ୟତମ। ଆଖୁଚାଷ କରି ପରିବାର ପୋଷିବା ପାଇଁ ଅଣ୍ଟା ଭିଡୁଥିବା ଚାଷୀର କଥା କହିଲେ ନସରେ। ଚଳିତବର୍ଷ ଏତେ ପରିଶ୍ରମ କରି ଆଖୁ ଅମଳ ପରେ ଆଖୁଚାଷରେ ଲାଭ ଅତି ନୈରାଶ୍ୟଜନକ। ସରକାରୀ ଦୃଷ୍ଟି ଆଢୁଆଳରେ ଆଖୁଚାଷୀମାନେ ରହି ଯାଇଛନ୍ତି। କୌଳିକ ବୃତ୍ତିରୁ ନା ଓହରି ପାରୁଛନ୍ତି ନା ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଉଛନ୍ତି। ଏମିତି ଅନିଶ୍ଚିତତା ଭିତରେ ରହିଛି ଆଖୁଚାଷୀଙ୍କ ଭାଗ୍ୟ।

ଅନ୍ଧାରରେ ଆଖୁଚାଷୀଙ୍କ ଭବିଷ୍ୟ

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗିଲାଯୋଡି ଅଞ୍ଚଳରେ ହୋଇଛି ଏକର ଏକର ଜମିରେ ଆଖୁଚାଷ। ସୁବର୍ଣ୍ଣରେଖା ନଦୀ ଅବବାହିକା ଅଞ୍ଚଳରେ ଆଖୁଚାଷ ଭଲ ହେଉଥିବାରୁ କିଛି ଲାଭ ଆଶାରେ ଚାଷୀମାନେ ଆଖୁଚାଷ କରିଥାନ୍ତି। ହେଲେ ଆଖୁ ବିକ୍ରି ପାଇଁ କୌଣସି ସୁବ୍ୟବସ୍ଥା ବାଲେଶ୍ଵରରେ ନଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡେ।

ଆଖୁ ଚାଷର 13ମାସ ପରେ ଅମଳ ହୋଇଥାଏ। ଅମଳ ଆଖୁ ବିକ୍ରି କରିବାର ବ୍ୟବସ୍ଥା ନଥିବାରୁ ଚାଷୀମାନେ ଗୁଡ଼ ତିଆରି କରି ବିକ୍ରି କରିଥାନ୍ତି। ଅନେକ ସମୟରେ ଚାଷୀମାନେ ବାହାରକୁ ଆଖୁ ରପ୍ତାନି କରିବା ନେଇ ଆଶାବାଦୀ ଥିବାବେଳେ ଦଲାଲଙ୍କ ଦ୍ବାରା ଶୋଷଣ ହୋଇଥାନ୍ତି। ଅମଳ ଆଖୁ ଗୁଡ଼ ହେବାଯାଏ ଅନେକ ପରିଶ୍ରମ ହେଉଥିବାବେଳେ ବଜାରରେ କ୍ବଣ୍ଟାଲ ପ୍ରତି 4ହଜାର ଟଙ୍କାରେ ଗୁଡ଼ ବିକ୍ରି କରିଥାନ୍ତି। ଏବେ ନାନା ପ୍ରକାର ଗୁଡ଼ ବଜାରକୁ ଆସୁଥିବା ବେଳେ ଦେଶୀ ଗୁଡ଼ର ଚାହିଦା ବି ରହୁନି ବୋଲି ଚାଷୀମାନେ କହିଛନ୍ତି।

ବର୍ତମାନ ଆଖୁର ଠିକ ଦର ମିଳୁ ନଥିବାରୁ ଚାଷୀଙ୍କୁ ନିରାଶ ହେବାକୁ ପଡୁଛି। ଅଭାବୀ ବିକ୍ରି ସମସ୍ୟା ଆଖୁଚାଷୀଙ୍କ ପାଇଁ କାଳ ହୋଇଛି। ନା ସରକାର, ନା ପ୍ରଶାସନ, ସେମାନଙ୍କ ସମସ୍ୟା ପ୍ରତି ସମସ୍ତେ ଆଖିବୁଜି ଦେଇଥିବା ଅଭିଯୋଗ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲାର ଅନେକ ଚାଷ ମଧ୍ୟରୁ ଆଖୁ ଚାଷ ଅନ୍ୟତମ। ଆଖୁଚାଷ କରି ପରିବାର ପୋଷିବା ପାଇଁ ଅଣ୍ଟା ଭିଡୁଥିବା ଚାଷୀର କଥା କହିଲେ ନସରେ। ଏକବର୍ଷ ପରିଶ୍ରମ ପରେ ଆଖୁଚାଷର ଲାଭ ନୈରାଶ୍ୟ ଜନକ। ସରକାରୀ ଦୃଷ୍ଟି ଆଢୁଆଳରେ ଆଖୁଚାଷୀମାନେ ରହି ଯାଇଛନ୍ତି। କୌଳିକ ବୃତ୍ତିରୁ ନା ଓହରି ପାରୁଛନ୍ତି ନା ପରିଶ୍ରମର ପାରିଶ୍ରମିକ ପାଉଛନ୍ତି। ଏମିତି ଅନିଶ୍ଚିତତା ଭିତରେ ଆଖୁଚାଷୀଙ୍କ ଭାଗ୍ୟ ରହିଛି।

Body:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗିଲାଯୋଡି ଅଞ୍ଚଳରେ ହୋଇଛି ଏକର ଏକର ଜମିରେ ଆଖୁଚାଷ। ସୁବର୍ଣ୍ଣରେଖା ନଦୀ ଅବବାହିକା ଅଞ୍ଚଳରେ ଆଖୁଚାଷ ଭଲ ହେଉଥିବାରୁ କିଛି ଲାଭ ଆଶାରେ ଚାଷୀମାନେ ଆଖୁଚାଷ କରିଥାନ୍ତି। ହେଲେ ଆଖୁ ବିକ୍ରି ପାଇଁ କୌଣସି ସୁବ୍ୟବସ୍ଥା ବାଲେଶ୍ଵରରେ ନଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡେ।
ଆଖୁ ଚାଷର 13ମାସ ପରେ ଅମଳ ହୋଇଥାଏ। ଅମଳ ଆଖୁ ବିକ୍ରି କରିବାର ବ୍ୟବସ୍ଥା ନଥିବାରୁ ଚାଷୀମାନେ ଗୁଡ଼ ତିଆରି କରି ବିକ୍ରି କରିଥାନ୍ତି। ଅନେକ ସମୟରେ ଚାଷୀମାନେ ବାହାରକୁ ଆଖୁ ରପ୍ତାନି କରିବା ନେଇ ଆଶାବାଦୀ ଥିବା ବେଳେ ଦଲାଲଙ୍କ ଦ୍ୱାରା ଶୋଷଣ ହୋଇଥାନ୍ତି। ଅମଳ ଆଖୁ ଗୁଡ଼ ହେବାଯାଏ ଅନେକ ପରିଶ୍ରମ ହେଉଥିବା ବେଳେ ବଜାରରେ କ୍ୱିଣ୍ଟାଲ ପ୍ରତି 4ହଜାର ଟଙ୍କାରେ ଗୁଡ଼ ବିକ୍ରି କରିଥାନ୍ତି। ଏବେ ନାନା ପ୍ରକାର ଗୁଡ଼ ବଜାରକୁ ଆସୁଥିବା ବେଳେ ଦେଶୀ ଗୁଡ଼ର ଚାହିଦା ବି ରହୁନି ବୋଲି ଚାଷୀମାନେ କହିଛନ୍ତି।

Conclusion:କୌଳିକ ବୃତ୍ତିରୁ ଯୁବଚାଷୀମାନେ ମୁହଁ ମୋଡ଼ିବା ଆରମ୍ଭ କଲେଣି। ଚାଷୀଙ୍କ ସୁବିଧା ପାଇଁ ଧାନ ମଣ୍ଡି ଭଳି ଆଖୁ ମଣ୍ଡି ଖୋଲିବାର ବ୍ୟବସ୍ଥା କରାଇବା ସହ ଚାଷୀମାନେ ତିଆରି କରୁଥିବା ଗୁଡ଼ ବିକ୍ରି ପାଇଁ ମଧ୍ୟ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ଚାଷୀମାନେ ଦାବି କରିଛନ୍ତି। ଏହାଛଡା ଚିନିକଳର ସ୍ଥାପନା ହୋଇ ପାରିଲେ ଚାଷୀମାନେ ସିଧାସଳଖ ସେମାନଙ୍କ ପରିଶ୍ରମର ମୂଲ୍ୟ ପାଇ ପାରନ୍ତେ ବୋଲି କହିଛନ୍ତି।
ବାଇଟ1- ଲମ୍ବୋଦର ମଲ୍ଲିକ(ଚାଷୀ)
ବାଇଟ2- ଶଙ୍କର୍ଷଣ ମଲ୍ଲିକ(ଗୁଡ଼ ପ୍ରସ୍ତୁତ କାରୀ)
ବାଇଟ3- ବଳରାମ ମଲ୍ଲିକ(ଯୁବଚାଷୀ)
ପିଟିସି- ଜୀବନ ଜ୍ୟୋତି ନାୟକ(ପ୍ରତିନିଧି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.