ବାଲେଶ୍ବର: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକକୁ ନିସ୍ତୁକ ମାଡ । ଝିଅ, ବୋହୂଙ୍କ ଉପରେ ଖରାପ ଇଙ୍ଗିତ ଓ ବ୍ୟବହାର କରୁଥିବା ନେଇ ଅଭିଯୁକ୍ତକୁ ଆଣ୍ଠେଇବା ସହ ମିଳିମିଶି ପିଟିଲେ ଗ୍ରାମବାସୀ। ଘଟଣାଟି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ।
ଗତ 3 ମାସ ଧରି ରେମୁଣା ବଜାରରେ ପ୍ରମୋଦ ନାରାୟଣ ତ୍ରିପାଠୀ ନାମକ ଜଣେ ଯୁବକ ଯୁବତୀ ଓ ମହିଳାଙ୍କୁ ଦୁର୍ବ୍ୟବହାର କରି ଆସୁଥିଲା । ଯୁବକର ଏଭଳି ବ୍ୟବହାରରେ ମହିଳାମାନେ ଅତିଷ୍ଠ ହୋଇପଡିଥିଲେ । ପ୍ରତିଦିନ ଯୁବକ ଜଣକ ନିଜ ବାଇକର ନମ୍ବର ପ୍ଲେଟ କାଢି ଝିଅ ବୋହୂଙ୍କ ଅଶ୍ଲୀଳ ଆଚରଣ କରି ଚମ୍ପଟ ମାରୁଥିଲା । ସବୁଦିନ ପରି ଶନିବାର ଏଭଳି କରୁଥିବାବେଳେ ଯୁବକ କାବୁ କରାଯାଇଥିଲା ।
ଗ୍ରାମବାସୀଙ୍କ ହାବୁଡରେ ରୋଡ ରୋମିଓ ଧରାପଡିବା ପରେ ଆଉ ଏଭଳି କାର୍ଯ୍ୟ କରିବ ନାହିଁ ବୋଲି କହିଛି । ଏହା ସହ ୬ ମାସ ଯାଏଁ ରେମୁଣା ବଜାର ନ ଆସିବାକୁ ସ୍ବୀକାର କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଛାଡିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ